Advertisment

ହସ୍ପିଟାଲରେ ନବଜାତ ଶିଶୁ ଓ ସ୍ତ୍ରୀକୁ ଛାଡ଼ି ପଳାଇଲେ ସ୍ୱାମୀ; ଫୋନରେ କହିଲେ, ମୁଁ ଆଉ ଥରେ ବିବାହ କଲି

ଗତ ୧ ତାରିଖରେ ପ୍ରସବ ପାଇଁ ଡଲିଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
jajpur

jajpur

Advertisment

ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍‌ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ। ଫୋନ୍ କଲା ବେଳକୁ ଦ୍ୱିତୀୟ ବିବାହ କରିସାରିଛି ବୋଲି କହୁଛି। ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଘଟଣା ଘଟିଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସଂପୃକ୍ତ ମହିଳା ଜଣଙ୍କ ହେଲେ ଡଲି ମଲ୍ଲିକ। ତାଙ୍କ ଘର ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟକ ଘାଟକୁଳରେ।

Advertisment

ଡଲି ଆଳି କେତୁଆପାଳ ନାଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ରେ ବିବାହ କରିଥିଲେ। ବିବାହ ପରେ ଡଲି ସ୍ୱାମୀଙ୍କ ସହ ବାହାରେ ରହୁଥିଲେ। ଗତ ୧ ତାରିଖରେ ପ୍ରସବ ପାଇଁ ଡଲିଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପୁଅଟେ ହୋଇଥିଲା। ପୁଅଟେ ହେଲା ପରେ ଡଲିଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଛାଡ଼ି ପଳାଇ ଯାଇଛନ୍ତି। ଡଲି ଫୋନ୍ କଲାବେଳକୁ ସ୍ୱାମୀ ଅନ୍ୟ ଝିଅକୁ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି। ଡଲି ୧୦ ଦିନ ହେବ ସ୍ୱାମୀକୁ ଅପେକ୍ଷା କରି ମେଡିକାଲରେ ପଡ଼ି ରହିଥିଲେ। ଗତକାଲି ମେଡିକାଲ କର୍ତ୍ତୃପକ୍ଷ ଘଟଣା ସଂପର୍କରେ ପୁଲିସକୁ ଜଣାଇବା ପରେ ଡଲି ଓ ତାଙ୍କ ପୁଅକୁ ୱାନଷ୍ଟପ୍ ସେଣ୍ଟରକୁ ହସ୍ତାନ୍ତର କରାଯାଇଛି। ପାରିବାରିକ କଳହ ପାଇଁ ଡଲିକୁ ତାଙ୍କ ସ୍ୱାମୀ ମେଡିକାଲରେ ଛାଡ଼ି ପଳାଇଯାଇଥିବା ସୂଚନା ରହିଛି। 

ଡଲିଙ୍କ ସ୍ୱାମୀକୁ ଡକାଯାଇ ପଚରାଉଚରା କରାଯିବ। ସେମାନଙ୍କୁ ପଚରାଉଚରା କରାଯିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଡଲି କହିଛନ୍ତି, ମୋ ପୁଅ ଜନ୍ମ ହେବା ପରେ ମୋ ସ୍ୱାମୀ ମୋ ପାଖରେ ଥିଲେ। ପରେ ତାଙ୍କ ମାଉସୀ ଫୋନ୍ କରି ମୋ ସ୍ୱାମୀକୁ ତାଙ୍କ ଘରକୁ ଡାକିଥିଲେ। ସେ ମାଉସୀ ଘରକୁ ଯିବା ପରେ ମୋତେ ନେବାକୁ ମେଡିକାଲ ଆସୁନାହାନ୍ତି। ମୁଁ ଫୋନ୍ କଲା ବେଳକୁ ସେ ଆଉ ଏକ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି। ମୋତେ ନେବା ପାଇଁ ମୋ ଶାଶୁ ଘର ଲୋକ ବି ଆସୁନାହାନ୍ତି। ମୋତେ ନ୍ୟାୟ ଦରକାର।

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe