Advertisment

ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର

ମା' ତଳେ ପଡ଼ିଥିବା ଦେଖି ଝିଅମାନେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର। ଘଟଣାଟି ଘଟିଛି ରାୟଗଡ଼ା ସହରର ବୁଦ୍ରାୱାଳସା କଲେଜ ରୋଡ ନିକଟରେ। ମୃତକ ହେଉଛନ୍ତି ପି. ଗୌରୀଶ୍ରୀ।

Advertisment

ଗତକାଲି ରାତିରେ ପି. ଗୌରୀଶ୍ରୀ ଓ ତାଙ୍କ ସ୍ୱାମୀ ଗୌରୀ ପାଲକାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ଖାଇ ଶୋଇବାକୁ ଯାଇଥିଲେ। ତେବେ ରାତି ପ୍ରାୟ ସାଢେ଼ ୧୨ ଟା ବେଳେ ଗୌରୀ ପାଲକା ଝିଅକୁ କହିଥିଲେ, ତୁମ ମା' ଘର ଭିତରେ ମରିକି ପଡ଼ିଛି, ଯାଇକି ଦେଖିନିଅ। ଏହା କହି ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ମା' ତଳେ ପଡ଼ିଥିବା ଦେଖି ଝିଅମାନେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଥିଲେ। ଡାକ୍ତରଖାନା ପକ୍ଷରୁ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ଯାଞ୍ଚ କରିଛି। ଏହା ସହିତ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe