ବାଡ଼ିରେ ଫସି ମକା ଫସଲ ଖାଇଦେବାରୁ ଷଣ୍ଢକୁ ମିଳିଲା ଦଣ୍ଡ। ୭ଦିନ ଧରି ଏକ ଗଛରେ ବାନ୍ଧି ରଖିଲେ କ୍ଷେତ ମାଲିକ। ଭୋକ ଉପାସରେ ୭ ଦିନ ଯାକ ଗଛରେ ବନ୍ଧା ହୋଇ ରହିଥିଲା ଷଣ୍ଢ। ପୁଲିସ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ କୋଦଭଟା ଅଞ୍ଚଳରେ ଏପରି ଘଟଣା ଘଟିଛି।
କିଛିଦିନ ତଳେ କୋଦଭଟା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶି ବୁଲା ଷଣ୍ଢଟି ମକା ଫସଲ ଖାଇଦେଇଥିଲା। କ୍ଷେତ ମାଲିକ ଉତ୍କ୍ଷିପ୍ତ ହୋଇ ଗଛରେ ଷଣ୍ଢଟିକୁ ବାନ୍ଧି ଦେଇଥିଲେ। ଷଣ୍ଢଟି ଗଛରେ ବନ୍ଧା ହୋଇ ଭୋକ ଉପାସରେ ବୋବେଇ ହେଉଥିଲା। ହେଲେ ନିଷ୍ଠୁର ମାଲିକକର କାନକୁ ଷଣ୍ଢର କରୁଣ ଚିତ୍କାର ଶୁଭୁ ନଥିଲା। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଷଣ୍ଢଟିର ଏପରି ଅବସ୍ଥା ଦେଖି ତାକୁ ଖାଇବାକୁ ଆଣି ଦେଉଥିଲେ। ହେଲେ କ୍ଷେତ ମାଲିକ ସେମାନଙ୍କୁ ଗାଳି ଗୁଲଜ କରୁଥିଲା।
ଫଳରେ କେହି ଷଣ୍ଢକୁ ଉଦ୍ଧାର କରିବାକୁ ସାହାସ କରି ପାରୁ ନଥିଲେ। ଶେଷରେ କିଛି ଯୁବକ ସାହସ ଜୁଟାଇ ରାଇଘର ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।