Advertisment

ଷଣ୍ଢକୁ ଦଣ୍ଡ; ଭୋକଉପାସରେ ୭ଦିନ ଗଛରେ ବନ୍ଧା ହେଲା

ପୁଲିସ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି।

Rescue bull

Rescue bull

Advertisment

ବାଡ଼ିରେ ଫସି ମକା ଫସଲ ଖାଇଦେବାରୁ ଷଣ୍ଢକୁ ମିଳିଲା ଦଣ୍ଡ। ୭ଦିନ ଧରି ଏକ ଗଛରେ ବାନ୍ଧି ରଖିଲେ କ୍ଷେତ ମାଲିକ। ଭୋକ ଉପାସରେ ୭ ଦିନ ଯାକ ଗଛରେ ବନ୍ଧା ହୋଇ ରହିଥିଲା ଷଣ୍ଢ। ପୁଲିସ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ କୋଦଭଟା ଅଞ୍ଚଳରେ ଏପରି ଘଟଣା ଘଟିଛି।

Advertisment

କିଛିଦିନ ତଳେ କୋଦଭଟା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶି ବୁଲା ଷଣ୍ଢଟି ମକା ଫସଲ ଖାଇଦେଇଥିଲା। କ୍ଷେତ ମାଲିକ ଉତ୍‌କ୍ଷିପ୍ତ ହୋଇ ଗଛରେ ଷଣ୍ଢଟିକୁ ବାନ୍ଧି ଦେଇଥିଲେ। ଷଣ୍ଢଟି ଗଛରେ ବନ୍ଧା ହୋଇ ଭୋକ ଉପାସରେ ବୋବେଇ ହେଉଥିଲା। ହେଲେ ନିଷ୍ଠୁର ମାଲିକକର କାନକୁ ଷଣ୍ଢର କରୁଣ ଚିତ୍କାର ଶୁଭୁ ନଥିଲା। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଷଣ୍ଢଟିର ଏପରି ଅବସ୍ଥା ଦେଖି ତାକୁ ଖାଇବାକୁ ଆଣି ଦେଉଥିଲେ। ହେଲେ କ୍ଷେତ ମାଲିକ ସେମାନଙ୍କୁ ଗାଳି ଗୁଲଜ କରୁଥିଲା।

ଫଳରେ କେହି ଷଣ୍ଢକୁ ଉଦ୍ଧାର କରିବାକୁ ସାହାସ କରି ପାରୁ ନଥିଲେ। ଶେଷରେ କିଛି ଯୁବକ ସାହସ ଜୁଟାଇ ରାଇଘର ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Odisha Police Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe