Advertisment

ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ କହି ଲୁଟିଥିଲେ ୬୦ ଲକ୍ଷ, ଗିରଫ କଲା ପୁଲିସ

ଚାକିରି ଦେବା ଆଳରେ ୭ ଜଣଙ୍କ ଠାରୁ ସନ୍ତୋଷ ମୋଟ ୬୦ ଲକ୍ଷ ଟଙ୍କା ନେଇ ସମସ୍ତଙ୍କୁ ଜାଲ ପ୍ରମାଣ ପତ୍ର ଦେଇ ଫେରାର ହୋଇଯାଇଥିଲେ।

Accused

Accused

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଓ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଭଣଜା ବୋଲି ନିଜକୁ ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ କଟକ ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସଂପୃକ୍ତ ଯୁବକଙ୍କ ନାଁ ସନ୍ତୋଷ ମହୁରୀ। ତାଙ୍କ ଘର ବ୍ରହ୍ମପୁରରେ।

Advertisment

ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଓ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ସେ ପ୍ରାୟ ୬୦ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ମିଛ କହି କଟକର ୭ ଜଣଙ୍କୁ ଏଭଳି ଚୁନା ଲଗାଇଥିଲେ ସନ୍ତୋଷ। ଅଭିଯୋଗର ତଦନ୍ତ କରି ପୁଲିସ ତାଙ୍କୁ ଗିରଫ କରିଛି।

ସନ୍ତୋଷଙ୍କଠାରୁ ଡିଆରଡିଓ ଓ ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦି ଜବତ କରିଛି ପୁଲିସ।

Advertisment

କିଛି ମାସ ପୂର୍ବରୁ ସନ୍ତୋଷ କଟକର ଜଣେ ସାଧୁଙ୍କ ସଂସ୍ପର୍ଶରେ ଆସିଥିଲା। ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଓ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ପରିଚୟ ଦେଉଥିଲେ ଏବଂ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି କହୁଥିଲେ।

ଚାକିରି ଦେବା ଆଳରେ ୭ ଜଣଙ୍କ ଠାରୁ ସନ୍ତୋଷ ମୋଟ ୬୦ ଲକ୍ଷ ଟଙ୍କା ନେଇ ସମସ୍ତଙ୍କୁ ଜାଲ ପ୍ରମାଣ ପତ୍ର ଦେଇ ଫେରାର ହୋଇଯାଇଥିଲେ।ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Loot Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe