Accused
କେନ୍ଦ୍ରାପଡ଼ା ସଦର ଥାନା ହଜାରୀ ଛକରେ ଜଣେ ଯୁବକଙ୍କ ତଣ୍ଟିକଟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୁଲିସ।
ଲକ୍ଷ୍ମୀପ୍ରିୟାଙ୍କୁ ପୁଲିସ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଅଢ଼ାପଟି ଗ୍ରାମ ସ୍ଥିତ ତାଙ୍କ ଘରୁ ଗିରଫ କରିଛି। ଏନେଇ ଆଜି କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ପୀଡ଼ିତ ସତ୍ୟଜିତ ଷଡ଼ଙ୍ଗୀଙ୍କ ସମ୍ପର୍କୀୟ ଶାଳୀ। ସତ୍ୟଜିତଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ସତ୍ୟଜିତ ଲକ୍ଷ୍ମୀପ୍ରିୟାଙ୍କ ନିକଟତର ହେବାପାଇଁ ଚେଷ୍ଟା କରିଥିଲେ।
ଲକ୍ଷ୍ମୀପ୍ରିୟା କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି l ସେଠାରେ ଲକ୍ଷ୍ମୀପ୍ରିୟାଙ୍କର ଜଣେ ପୁରୁଷ ସହକର୍ମୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ସତ୍ୟଜିତ ତାଙ୍କୁ ବାରମ୍ବାର ଗାଳି କରୁଥିଲେ। ଏଥିରେ ବିରକ୍ତ ହୋଇ ଲକ୍ଷ୍ମୀପ୍ରିୟା ଜୁଲାଇ ୨୨ ତାରିଖରେ ସତ୍ୟଜିତଙ୍କୁ ବୁଲିଯିବା ପାଇଁ ଡାକି ଏକ ସ୍କୁଟି ଯୋଗେ କେନ୍ଦ୍ରାପଡ଼ା ନେଇ ଆସିଥିଲେ।
୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକଠାରେ ଲକ୍ଷ୍ମୀପ୍ରିୟା ସ୍କୁଟି ଅଟକାଇ ସତ୍ୟଜିତଙ୍କୁ ରାସ୍ତା କଡ଼କୁ ଡାକି ନେଇ ଏକ ଛୁରୀରେ ତାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲେ l
ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ, କିଛି ଟଙ୍କା ଓ ଏକ ଟିସାର୍ଟ ଜବତ କରିଛି l ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।
ଅନ୍ୟପକ୍ଷରେ ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ କହିଛନ୍ତି, ମୁଁ କିଛି କରିନି। ସେ (ସତ୍ୟଜିତ ଷଡ଼ଙ୍ଗୀ) ମୋତେ ବ୍ଳକମେଲିଂ କରୁଥିଲା। ସେ ମୋତେ ନିର୍ଯାତନା ଦେଉଥିଲା। ମୁଁ ତା’ର କିଛି କରିନି। ମୁଁ ତା’ ବେକ କାଟିନି। ପୁଲିସ ମୋତେ କାହିଁକି ବାନ୍ଧିଲା ମୁଁ କହିପାରିବିନି।
ସୂଚନାଯୋଗ୍ୟ, ଗତକାଲି ସତ୍ୟଜିତଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓଟିକୁ ଡାକ୍ତରଖାନାରେ ଉତ୍ତୋଳନ କରାଯାଇଥିଲା। ସେ ଷ୍ଟ୍ରେଚରରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶୋଇଥିଲେ। ତାଙ୍କ ମୁହଁ, ବେକ, ପାଟି ପୂରା ରକ୍ତାକ୍ତ ହୋଇଯାଇଥିଲା। ସେଥିରେ ସେ କହିଥିଲେ ଯେ ତାଙ୍କର ଏଭଳି ଅବସ୍ଥା ପାଇଁ ତାଙ୍କ ଗାର୍ଲ ଫ୍ରେଣ୍ଡ ଦାୟୀ। ତାଙ୍କ ଗାର୍ଲ ଫ୍ରେଣ୍ଡ ତାଙ୍କ ବେକ କାଟି ଦେଇଛନ୍ତି ବୋଲି ସେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accused_1753356464.jpg)