Advertisment

ନାବାଳକକୁ ମାରି ଫିଙ୍ଗିଦେଲେ!

ଚାଷ ଜମି ନିକଟରୁ ରଞ୍ଜନର ମୃତ ଦେହ ଦେଖିଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ବିଲ ମଝିରୁ ୮ ବର୍ଷ ପୁଅର ରକ୍ତାକ୍ତ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ଭେଜିପଦର ଗାଁ ର ଏକ ଚାଷ ଜମି ନିକଟରୁ ଜଣେ ନାବାଳକର ମୃତ ଦେହ ଉଦ୍ଧାର କରିଛି ପୁଲିସ। ମୃତକ ନାବାଳକ ହେଉଛନ୍ତି ରଞ୍ଜନ ବଗର୍ତ୍ତି।

Advertisment

ସୂଚନା ଅନୁସାରେ ଭେଜିପଦର ଗାଁ ର ବିଘ୍ନ ବଗର୍ତ୍ତିଙ୍କ ପୁଅ ରଞ୍ଜନ ବଗର୍ତ୍ତି ଆଜି ସକାଳୁ ନିଜ ସାଙ୍ଗ ମାନଙ୍କ ଶହ ବାହାରକୁ ଖେଳିବାକୁ ଯାଇଥିଲେ। ଅନେକ ସମୟ ପଯ୍ୟନ୍ତ ରଞ୍ଜନ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ।

ସନ୍ଧ୍ୟାରେ ସ୍ଥାନୀୟ ଲୋକ ଭେଜିପଦର ଗାଁର ଏକ ଚାଷ ଜମି ନିକଟରେ ଯିବା ବେଳେ ରଞ୍ଜନର ମୃତ ଦେହ ଦେଖିଥିଲେ। ପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ପରିବାର ଲୋକ ଘଟଣା ସ୍ଥଳରେ ପହଁଞ୍ଚି ପୁଅକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ। ସଇଁତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Advertisment
Murder