Advertisment

ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଶାରୀରିକ ସଂପର୍କ ରଖି ବ୍ଲାକ୍‌ମେଲ କଲେ

ସୌମ୍ୟରଞ୍ଜନ ମିଶ୍ର ଜଣେ ଠକ ବୋଲି ଜାଣିବା ପରେ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକେ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ।

ଅଦ୍ୟତନ ହୋଇଛି
Soumya Ranjan Mishra

Soumya Ranjan Mishra

Advertisment

ନିଜକୁ ନୌସେନା ଅଧିକାରୀ କହି ପ୍ରଥମେ ସଂପର୍କ ବଢ଼ାଇଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି ରଖିଲେ। ପରେ ଯୁବତୀଙ୍କୁ ବ୍ଲାକ୍‌ମେଲ୍ କଲେ। ତାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିଦେଲେ। ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୁଲିସ। ଅଭିଯୁକ୍ତଙ୍କ ନାଁ ସୌମ୍ୟରଞ୍ଜନ ମିଶ୍ର। ତାଙ୍କ ଘର ଜଗତସିଂହପୁରରେ।

Advertisment

ସଂପୃକ୍ତ ଯୁବତୀ ଜଣଙ୍କ ଏକ ମାଟ୍ରିମୋନିଆଲ୍ ସାଇଟ୍‌ରେ ତାଙ୍କର ଏକ ପ୍ରୋଫାଇଲ୍ ଖୋଲିଥିଲେ। ସେହି ପ୍ରୋଫାଇଲ୍ ଦେଖିବା ପରେ ସୌମ୍ୟରଞ୍ଜନ ମିଶ୍ର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣଙ୍କ ଏ ସଂପର୍କରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଘର ଲୋକେ ସୌମ୍ୟରଞ୍ଜନଙ୍କ ସହିତ ଯୋଗାଯୋଗ କରିଥିଲେ। ସୌମ୍ୟରଞ୍ଜନ ନିଜକୁ ଜଣେ ନୌସେନା ଅଧିକାରୀ ଭାବେ ପରିଚୟ ଦେଇଥିଲେ। ସେ ମୁମ୍ବାଇରେ ଅବସ୍ଥାପିତ ହୋଇଥିବା କହିଥିଲେ। ଏଭଳି ମିଥ୍ୟା ତଥ୍ୟ ଦେଇ ସେ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ନିଜ ଜାଲରେ ଫସାଇ ଥିଲେ। ତା’ପରେ ଯୁବତୀଙ୍କ ସହିତ ସଂପର୍କକୁ ସେ ବଢ଼ାଇ ଥିଲେ। ଆଉ ବିବାହର ପ୍ରତିଶ୍ରୁତି ଦେଇ ମଉକା ଦେଖି ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ସେହି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରି ରଖିଥିଲେ ନକଲି ନୌସେନା ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଦେଖାଇ ସେ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ୍ କରିଥିଲେ।

ସୌମ୍ୟରଞ୍ଜନ ମିଶ୍ର ଜଣେ ଠକ ବୋଲି ଜାଣିବା ପରେ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକେ ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ। ଏହା ପରେ ସୌମ୍ୟରଞ୍ଜନ ଯୁବତୀଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡାକି ନିର୍ଯାତନା ଦେବା ସହିତ ଭିଡିଓ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ ଯୁବତୀ ଜଣଙ୍କ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ସତ୍ତ୍ୱେ ଯୁବତୀଙ୍କ ପିଛା ଛାଡ଼ି ନଥିଲେ ସୌମ୍ୟରଞ୍ଜନ ମିଶ୍ର। ଅନ୍ୟତ୍ର ବିବାହ ପାଇଁ ଯୁବତୀଙ୍କର ପ୍ରସ୍ତାବ ପଡ଼ିଥିବା ବେଳେ ଅଭିଯୁକ୍ତ ଏହାକୁ ଭାଙ୍ଗି ଦେବା ପାଇଁ ତାଙ୍କ ଘରକୁ ଯାଇଥିଲେ। ସେ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ। ଏମିତିକି ଯେଉଁ ଯୁବକଙ୍କ ସହିତ ଏହି ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା ତାଙ୍କ ନିକଟକୁ ସୌମ୍ୟ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ପଠାଇ ଦେଇଥିଲେ। ଏହା ସହିତ ଉକ୍ତ ଯୁବକଙ୍କୁ ମଧ୍ୟ ବିବାହ ନ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ।

Advertisment

ଅଭିଯୁକ୍ତ ଏହିଭଳି ଭାବେ ହଇରାଣ କରିବା ପରେ ଯୁବତୀଙ୍କ ପରିବାର ଲୋକେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Sexual Blackmail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe