DeadBody
ପାରିବାରିକ କଳହ ଉଗ୍ର ରୂପ। ମାମୁକୁ ଜଣେ ବ୍ୟକ୍ତି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଗୌଡୁଣିପୋଷ ଗାଁ ପତଳା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି।
Advertisment
ମୃତକ ହେଲେ କେନାପାଲି ଗାଁର ଶୁବନ୍ କଂଶରିଆ। ମାମୁକୁ ହତ୍ୟା କରିବା ପରେ ଭଣଜା ଠୁରୁ ଧୀବର ପୁଲିସ ନିକଟରେ ଆତ୍ମସର୍ମପଣ କରିଛି।
ଶୁବନ୍ ଭଣଜା ଘରକୁ ବୁଲିବାକୁ ଯାଇଥିଲେ। କୌଣସି କାରଣକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ଠୁରୁ ପଥରରେ ଶୁବନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
Advertisment
ହତ୍ୟାକାଣ୍ଡ ପରେ କେ. ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଠୁରୁ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
