Advertisment

ବିଜେଡିର ଟଙ୍କା ବାଂଟିବା ଅଭିଯୋଗକୁ ସତ ପ୍ରମାଣିତ କଲେ ଦଳୀୟ ନେତ୍ରୀ: ପୁଳାପୁଳା ଟଙ୍କା ସହ ଧରାପଡ଼ିଲେ

ବିଜେଡି ନିଜର ଟିମ୍ ମାଧ୍ୟମରେ ନିର୍ବାଚନ ପାଇଁ ବିପୁଳ ଟଙ୍କା ବାଂଟିବାର ଅଭିଯୋଗ ବିଭିନ୍ନ ସମୟରେ ହେଉଥିଲେ ମଧ୍ୟ କେବେ ଦଳର କୌଣସି ପଦାଧିକାରୀ ଏତେ ପରିମାଣର ଟଙ୍କା ସହ ଧରାପଡ଼ିନଥିଲେ

ଅଦ୍ୟତନ ହୋଇଛି
BJD Leader

BJD Leader

Advertisment

ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରି ବିଜେଡିର ଜଣେ ନେତ୍ରୀ ପୁଳାପୁଳା ଟଙ୍କା ସହ ଧରାପଡ଼ିଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ବିପୁଳ ପରିମାଣର ଟଙ୍କା ବାଂଟୁଛି ବୋଲି ବିଜେପି କରୁଥିବା ଅଭିଯୋଗକୁ ଦଳୀୟ ନେତ୍ରୀ ସତ ପ୍ରମାଣିତ କରିଛନ୍ତି । ତାଙ୍କ ଗାଡ଼ିରୁ ପ୍ରାୟ ୧୩ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ନିର୍ବାଚନ ଦାୟିତ୍ୱରେ ଥିବା ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ବିଜେଡି ପ୍ୟାନେଲିଷ୍ଟ ଅପୂର୍ବା ଅପରୂପାଙ୍କ ସମେତ ଅନ୍ୟ ଜଣେ ଯୁବତୀ ଓ ଗାଡ଼ିଚାଳକକୁ ଅଟକ ରଖିଥିବାର ସୂଚନା ମିଳିଛି । ପ୍ରତ୍ୟେକ ନିର୍ବାଚନରେ ବିଜେଡି ବିରୁଦ୍ଧରେ ଟଙ୍କା ବାଂଟିବାର ଅଭିଯୋଗ ଆସୁଥିଲେ ମଧ୍ୟ କେବେ ଦଳର ନେତା କିମ୍ବା ନେତ୍ରୀଙ୍କଠୁ ନଗଦ ଟଙ୍କା ଜବତ କରିବାରେ ପୁଲିସ ସକ୍ଷମ ହୋଇନଥିଲା ।

Advertisment

ସୂଚନା ଅନୁସାରେ, ରାଜ୍ୟର ୬ଟି ଜିଲ୍ଲାରେ ଦଳର ଛାତ୍ର ୟୁନିଟକୁ ଏକଜୁଟ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଇବା ନିମନ୍ତେ ବିଜେଡି ନେତ୍ରୀ ଅପୂର୍ବାଙ୍କୁ ଦାୟିତ୍ୱ ମିଳିଛି । ଗତକାଲି କଂଟାମାଳ ନିର୍ବାଚନମଣ୍ଡଳୀରେ ହୋଇଥିବା ଯୁବ-ଛାତ୍ର ସମାବେଶରେ ଯୋଗ ଦେଇ ଅପୂର୍ବା ଆଜି ଭୁବନେଶ୍ୱର ଫେରୁଥିବାବେଳେ ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠାଠାରେ ଚାଲିଥିବା ଚେକିଂରେ ତାଙ୍କ ଗାଡ଼ି ଫସିଯାଇଥିଲା । ଅପୂର୍ବାଙ୍କ ଯେଉଁ ଗାଡ଼ିରୁ ଟଙ୍କା ଜବତ ହୋଇଛି ସେହି ଗାଡ଼ିର ନମ୍ବର ‘ଓଡି୦୨ବିଏମ୧୫୧୭’ ଓ ଏହି ଗାଡ଼ିଟି ଅରୂପ ଦାଶଙ୍କ ନାଁରେ ରେକର୍ଡଭୁକ୍ତ ହୋଇଛି । ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ପକ୍ଷରୁ ତାଙ୍କ ଗାଡ଼ିକୁ ଯାଂଚ କରି ପ୍ରାୟ ୧୦ରୁ ୧୩ଲକ୍ଷ ଟଙ୍କା ଜବତ କରିଛନ୍ତି । ଏତେ ଟଙ୍କା କେଉଁଠୁ ଆସିଲା ତା’ର ହିସାବ ଓ ସନ୍ତୋଷଜନକ ଉତ୍ତର ଅପୂର୍ବା ଦେବାରେ ସକ୍ଷମ ନହେବାରୁ ତାଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି । ତେବେ ଅପୂର୍ବାଙ୍କୁ ଖସାଇବା ପାଇଁ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିବା ସହ ଥାନାକୁ ଯାଇ କଥାବର୍ତ୍ତା କରୁଥିବା ସୂଚନା ମିଳିଛି । ଅବଶ୍ୟ ଏହି ଟଙ୍କା ଜବତ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

ସୂଚନାଯୋଗ୍ୟ, ବିଜେଡି ନିଜର ଟିମ୍ ମାଧ୍ୟମରେ ନିର୍ବାଚନ ପାଇଁ ବିପୁଳ ଟଙ୍କା ବାଂଟିବାର ଅଭିଯୋଗ ବିଭିନ୍ନ ସମୟରେ ହେଉଥିଲେ ମଧ୍ୟ କେବେ ଦଳର କୌଣସି ପଦାଧିକାରୀ ଏତେ ପରିମାଣର ଟଙ୍କା ସହ ଧରାପଡ଼ିନଥିଲେ । ପ୍ରଥମଥର ପାଇଁ ବିଜେଡିର ଜଣେ ପ୍ୟାନେଲିଷ୍ଟ ଏହି ଟଙ୍କା ସହ ଧରାପଡ଼ିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ପ୍ରକାଶ ମହାନ୍ତିଙ୍କ ଖାସ୍ ଭାବେ ଅପୂର୍ବା ଅପରୂପା ପରିଚିତ ବୋଲି ବିଜେଡି ମହଲରେ ଚର୍ଚ୍ଚା ।

Advertisment
BjD Bjp Black Money
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe