Advertisment

୫ ଦିନ ହେଲା ସ୍କୁଲକୁ କବଜା କରି ରଖିଥିବା ବ୍ୟକ୍ତି ମାଗୁଛି ୧୦୦ କୋଟି

ସ୍କୁଲ ଚାଉଳ ନେଇ ଛାତ ଉପରେ ରୋଷେଇ କରି ଖାଉଛନ୍ତି। ତାଙ୍କ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି।

Sadan Munda

Sadan Munda

Advertisment

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ବ୍ୟକ୍ତି ମାଗିଛନ୍ତି ୧୦୦ କୋଟି ଟଙ୍କା। ଆଜି ସେ ୮ରୁ ୧୦ ପୃଷ୍ଠା କାଗଜରେ ତା’ର ଦାବିଗୁଡ଼ିକୁ ଲେଖି ଦଉଡ଼ି ସାହାଯ୍ୟରେ କୋଠା ତଳକୁ ପକାଇଥିବା ବେଳେ ସେଥିରେ ୧୦୦ କୋଟି କଥା ଉଲ୍ଲେଖ କରିଛନ୍ତି।

Advertisment

ଏହି ବ୍ୟକ୍ତି ଜଣଙ୍କ ନିଜକୁ ସଦନ ମୁଣ୍ଡା ବୋଲି କହିଛନ୍ତି। ତାଙ୍କ ଘର ଫୁଲଝର ପଞ୍ଚାୟତରେ ବୋଲି କହିଛନ୍ତି। ତାଙ୍କ ଘର ଭାଙ୍ଗି ଯାଇଛି ବୋଲି ଲେଖିଛନ୍ତି। ପାଚେରୀ ଓ ନଳକୂଅ ଆଦି ଆବଶ୍ୟକ ବୋଲି ମଧ୍ୟ ଲେଖିଛନ୍ତି।

୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛନ୍ତି ଏହି ଯୁବକ। ସ୍କୁଲ ଛାତ ଉପରେ ରହି ଧନୁ ତୀର ଓ ବାଟୁଳି ଧରି ଆତଙ୍କରାଜ ଚଳାଇଛନ୍ତି। ସ୍କୁଲ ଚାଉଳ ନେଇ ଛାତ ଉପରେ ରୋଷେଇ କରି ଖାଉଛନ୍ତି। ତାଙ୍କ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି। ଗତକାଲି ତାଙ୍କୁ କାବୁ କରିବାକୁ ଯାଇଥିବା ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନଙ୍କୁ ସେ ତୀର ମାରି ଦେଇଥିଲେ।

Advertisment

ସ୍କୁଲ ଛାତ ଉପରେ ଥିବା ସଦନ ମୁଣ୍ଡାକୁ କାବୁ କରିବାକୁ ବଣାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ଓ ନିକଟସ୍ଥ ୩ଟି ଥାନାର ଆଇଆଇସି ଉଦ୍ୟମ ଚଳାଇଛନ୍ତି। ସନ୍ଧାନୀ କୁକୁରକୁ ମଧ୍ୟ ଏହି ଅପରେସନରେ ସାମିଲ କରାଯାଇଛି। ତଥାପି ସୁଦନକୁ ଧରିବାରେ ସଫଳ ହୋଇନାହିଁ ପୁଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe