Advertisment

୩ ସୁପାରିକିଲରଙ୍କୁ ଚଲାଇ ଚଲାଇ କୋର୍ଟକୁ ପଠାଇଲା ପୁଲିସ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରରେ ୩ ସୁପାରକିଲର ତଥା ଡକାୟତି ମାମଲାରେ ସମ୍ପୃକ୍ତ ଯୁବକଙ୍କୁ ଚଲାଇ ଚଲାଇ କୋର୍ଟ ଚାଲାଣ କଲା ପୁଲିସ।

ଅଦ୍ୟତନ ହୋଇଛି
The police arrested 3 supari killers

The police arrested 3 supari killers

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରରେ ୩ ସୁପାରକିଲର ତଥା ଡକାୟତି ମାମଲାରେ ସମ୍ପୃକ୍ତ ଯୁବକଙ୍କୁ ଚଲାଇ ଚଲାଇ କୋର୍ଟ ଚାଲାଣ କଲା ପୁଲିସ। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ୧୦ଟି ଜୀବନ୍ତ ଗୁଳି ଓ ୬ ଗୋଟି ଅଫୁଟା ବୋମା ଜବତ କରାଯାଇଛି। କୋଦଳା ଏବଂ ଖଲ୍ଲିକୋଟ ଥାନା ପୁଲିସ ମିଳିତ ଚଢ଼ାଉ କରି ଏହି ଡକାୟତଙ୍କୁ ଧରିଛନ୍ତି।

Advertisment

ଏହି ୩ ଜଣ ଅପରାଧୀଙ୍କୁ ଭିତରୁ ଖଲ୍ଲିକୋଟ ଥାନା ଅଧୀନ ମାଣିକପୁର ଗାଁ'ର ବିଭୁ ଜେନା ଏବଂ ବାଟବ୍ରହ୍ମପୁର ଗ୍ରାମର ରାମ ପାଳ ବିଭିନ୍ନ ଡକାୟତିର ମୁଖ୍ୟ ମାଷ୍ଟର ମାଇଣ୍ଡ ଥିଲା। ସେମାନେ ଏକାଧିକ ଗୁଳିକାଣ୍ଡ ମାମଲାରେ ସମ୍ପୃକ୍ତ। ଅନ୍ୟ ଜଣେ ଅପରାଧୀ ବେଗୁନିଆପଡା ଥାନା ଅଧୀନ ଭାଲିଆଝର ଗ୍ରାମର ସଂଜୟ ବାରିକ ଓରଫ ବାକା।

ପୁଲିସ ସୂଚନା ମୁତାବକ, ସେମାନଙ୍କ ନାମରେ କୋଦଳା, ଖଲ୍ଲିକୋଟ ଥାନା ସମେତ ଖଣ୍ଡଗିରି, ତମୋଣ୍ଡା, ଝାରସୁଗୁଡା, ବାଲୁଗାଁ, ବାଣପୁର ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତ, ଦାଦା ବଟି ମାଗିବା ଏବଂ ବୋମାମାଡ଼ ଭଳି ସଂଗୀନ ମାମଲା ରହିଛି। ସେମାନେ ସୁପାରୀ ନେଇ ଯେକୌଣସି ଏକ ଲୋକଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ। ଏଥିରେ ପୁଲିସ ବାଧା ଦେଲେ ସେମାନେ ପୁଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନ ଥିଲେ।

Advertisment
police arrested 3 supari killersଗିରଫ ସୁପାରିକିଲର

ଗତକାଲି ରାତିରେ ସେମାନଙ୍କୁ ମାଣିକପୁର ଏବଂ ଖଲ୍ଲିକୋଟ ସହରରେ ଚଲାଇ ଚଲାଇ ବୁଲାଇବା ସହ କୋର୍ଟ ଚାଲାଣ କରିଛି।

Ganjam Crime Killers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe