Advertisment

ଦେହରେ ଗଞ୍ଜେଇ ବାନ୍ଧି ଚାଲାଣ ବେଳେ ଗିରଫ କଲା ପୁଲିସ

ପୁଲିସ ତାଙ୍କୁ ସନ୍ଦେହରେ ଯାଞ୍ଚ କଲାବେଳେ ତାଙ୍କ ଶରୀରରୁ ୭ କେଜି ଗଞ୍ଜେଇ ଓ ବ୍ୟାଗରୁ ୧୫ କେଜିର ଗଞ୍ଜେଇ ବାହାରିଥିଲା।

ଅଦ୍ୟତନ ହୋଇଛି
Ganja seized

Ganja seized

Advertisment

ଗଞ୍ଜେଇକୁ ଦେହରେ ବାନ୍ଧି ଚାଲାଣ କରୁଥିଲେ ଯୁବକ। ରାସ୍ତାରୁ ଗିରଫ କଲା ପୁଲିସ। ଗିରଫ ଯୁବକଙ୍କ ନାଁ ହେଉଛି ମଣିକାନ୍ତ। ତାଙ୍କ ଘର ଛତିଶଗଡ଼ ଅଞ୍ଚଳର ଡୁରୁୱାପାରା ଗ୍ରାମରେ।

Advertisment

କୋରାପୁଟ ଜିଲ୍ଲାରେ ଜଣେ ଯୁବକ ଦେହରେ ସେଲୋଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ କରୁଥିଲା। ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ନେଇ ବାଞ୍ଜଲାପୁଟ ବସଷ୍ଟାଣ୍ଡ ନିକଟରେ ଗାଡ଼ି ମୋଟର ଯାଞ୍ଚ କରୁଥିଲା। ଠିକ୍‌ ସେଇ ସମୟରେ ମଣିକାନ୍ତ ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ।

ପୁଲିସ ତାଙ୍କୁ ସନ୍ଦେହରେ ଯାଞ୍ଚ କଲାବେଳେ ତାଙ୍କ ଶରୀରରୁ ୭ କେଜି ଗଞ୍ଜେଇ ଓ ବ୍ୟାଗରୁ ୧୫ କେଜିର ଗଞ୍ଜେଇ ବାହାରିଥିଲା। ମୋଟ ୨୨ କେଜ ଗଞ୍ଜେଇ ଜବତ କରିବା ସହିତ ମଣିକାନ୍ତକୁ ପୁଲିସ ଗିରଫ କରିଛି। 

Advertisment
Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe