Advertisment

ଗୋଡ଼ାଇ ଗୋଡ଼ାଇ କୋଇଲା ଚୋରକୁ ମାଡ଼ି ବସିଲା ପୁଲିସ

ତାଳଚେରରେ ଥିବା ଏକ କୋଇଲା ଖଣିରୁ ବାଇକ୍‌ରେ କୋଇଲା ଚୋରା ଚାଲାଣ ହେଉଥିଲା। କୌଣସି ସୁତ୍ରରୁ ଖବର ପାଇ ପୁଲିସ୍‌ କୋଶଳ ଜଙ୍ଗଲ ରାସ୍ତାରେ ଛକି ରହିଥିଲା। ଠିକ୍‌ ସେହି ସମୟରେ ଜଣେ ଯୁବକ ବାଇକରେ କୋଇଲା ଧରି ଯାଉଥିଲେ।

ଅଦ୍ୟତନ ହୋଇଛି
Coal Seized

Coal Seized

Advertisment

କୋଇଲା ଚୋରି କରି ବାଇକ୍‌ରେ ଚମ୍ପଟ ମାରୁଥିଲା। ଅନୁଗୋଳ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ଜଙ୍ଗଲ ଭିତରେ ମାଡ଼ି ବସିଲା। ଏଥିସହ ବାଇକ୍‌ ଓ କୋଇଇଲା ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ୍‌। 

Advertisment

ତାଳଚେରରେ ଥିବା ଏକ କୋଇଲା ଖଣିରୁ ବାଇକ୍‌ରେ କୋଇଲା ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ କୋଶଳ ଜଙ୍ଗଲ ରାସ୍ତାରେ ଛକି ରହିଥିଲା। ଠିକ୍‌ ସେହି ସମୟରେ ଜଣେ ଯୁବକ ବାଇକରେ କୋଇଲା ଧରି ଯାଉଥିଲେ। ପୁଲିସ୍‌ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ପଳାଇ ଯାଇଥିଲେ। ପୁଲିସ୍‌ ତାଙ୍କୁ ଗୋଡ଼ାଇ ଥିଲା। 

କିଛି ବାଟ୍‌ ଗଲା ପରେ ଯୁବକ ଜଣକ କୋଶଳା ଜଙ୍ଗଲକୁ ପଳାଇ ଯାଇଥିଲା। ହେଲେ ପୁଲିସ୍‌ ଛାଡ଼ିବା ମୋଡ୍‌ରେ ନଥିଲା। ଗୋଡ଼ାଇବାରୁ ଯୁବକ ବାଇକ୍‌ ଛାଡ଼ି ପଳାଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପୁଲିସ ତାକୁ ଗୋଡ଼ାଇ ଗୋଡ଼ାଇ ଶେଷରେ ଧରିବାରେ ସଫଳ ହୋଇଥିଲା। ତଦନ୍ତରେ ବ୍ୟାଘାତ ହେବ ବୋଲି ପୁଲିସ୍‌ ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନି। 

Advertisment

ରିପୋର୍ଟ- ଅନୁଗୋଳରୁ ବିରଜା ଦାଶ

Coal Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe