Advertisment

ତଣ୍ଟି କାଟି ଲୁଟ୍ କରିଥିବା ଲୁଟେରା ଗିରଫ

ଆଜି ତଦନ୍ତ ବେଳେ କୁଖ୍ୟାଦ ଲୁଟେରା ଦୁଇଜଣଙ୍କ ମଧ୍ୟରୁ ଜଣକୁ ଧରିଛି ପୁଲିସ।

LOOT

LOOT

Advertisment

ନୂଆବର୍ଷ ଦିନ ଡ଼ମଣା ଗାଁରେ ତଣ୍ଟି କାଟି ଲୁଟ ଘଟଣାରେ ଜଣେ ଲୁଟେରାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଦୁଇ ଜଣ ଲୁଟେରାଙ୍କ ମଧ୍ୟରୁ ଜଣକୁ ଧରିଛି ପୁଲିସ। ଗିରଫ ଲୁଟେରାର ନାଁ ଗୋଧି ବୋଲି ଜଣାପଡ଼ିଛି। ଗିରଫ ବେଳେ ଲୁଟେରା ଠାରୁ ନଗଦ 15 ଶହ ଟଙ୍କା ଜବତ ହୋଇଛି।

Advertisment

ସୂଚନା ଅନୁସାରେ ଗତ 1 ତାରିଖ ରାତି ପ୍ରାୟ ୩ଟା ବେଳେ ନିଜ ଦୋକାନକୁ ବାହାରିଥିଲେ ଶିବାନନ୍ଦ। ସେ ଘରର ଗେଟ୍ ଖୋଲି ବାହାରୁଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରେ ଥିବା ବ୍ୟାଗକୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେତେବେଳେ ଶିବାନନ୍ଦ ବ୍ୟାଗକୁ ଭିଡି ଧରିଥିଲେ।

ଏହା ପରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶିବାନନ୍ଦଙ୍କ ବେକ କଟି ଯାଇଥିଲା। ଏହା ପରେ ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ବ୍ୟାଗରେ 6 ହଜାର ଟଙ୍କା ଥିଲା।  

Advertisment
Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe