/odisha-reporter/media/post_attachments/uploadimage/library/16_9/16_9_0/accused_1723043208.jpg)
accused
ଅଭିଯୁକ୍ତକୁ ଡାକ୍ତରୀ ମାଇନା କରିବାକୁ ଆଣିଥିଲା ପୁଲିସ। ହେଲେ ଖସି ପଳାଇଲା ଅଭିଯୁକ୍ତ। ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ତା ପଛରେ ଦୌଡ଼ି ଥିଲେ ଦୁଇଜଣ ପୁଲିସ କନେଷ୍ଟବଳ। ସିସିଟିଭିରେ ପୁରା ଘଟଣା କଏଦ ହୋଇଛି।
Advertisment
କଟକ ଜିଲ୍ଲା ସାଲେପୁରରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ୧୧୨ ନମ୍ବରରେ କଲ ଆସିବା ପରେ ଅସଦାଚରଣ ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଧରି ଆଣି ସାଲେପୁର ଗାଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଉଥିଲା। ତେବେ କୌଶଳ କ୍ରମେ ଅଭିଯୁକ୍ତ ଜଣକ ଖସି ଦୌଡ଼ି ପଳାଇ ଯାଇଛି। ଏଯାଏଁ ପୁଲିସ ତାକୁ ଧରିବାରେ ସଫଳ ହୋଇନଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତର ନାଁ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
