ATM Loot
ବଲାଙ୍ଗିର ପୁଲିସକୁ ବଡ଼ ଧରଣର ସଫଳତା। କୁଖ୍ୟାତ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୁଲିସ। ୧୬ ତାରିଖ ରାତିରେ ପାଟଣାଗଡ଼ ଥାନା ସଦରମୁହାଣ ଏସବିଆଇ, ଏଟିଏମ ଲୁଟ ହୋଇଥିଲା। ଗ୍ୟାସ କଟରରେ ଏଟିଏମକୁ କାଟି ପାଖାପାଖି ସାତ ଲକ୍ଷ ଟଙ୍କା ଲୁଟ କରି ଫେରାର ମାରିଥିଲେ ଲୁଟେରା।
Advertisment
ଲୁଟେରାଙ୍କୁ ଧରିବା ପାଇଁ ବଲାଙ୍ଗିର ପୁଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଆଜି ପୁଲିସର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟେରାଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
