Advertisment

ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଛେଚା ଖାଇଲା ପୁଲିସ୍; ମା’, ଝିଅଙ୍କୁ ଉଠାଇ ନେଲା

ପ୍ରାୟ ୧୪ ବର୍ଷ ହେବ ପୁଲିସ୍‌ ଆଖିରେ ଧୂଳି ଦେଇ ଜଣେ ଫେରାର ଅଭିଯୁକ୍ତ ଘୂରି ବୁଲୁଥିବା ବେଳେ ତାଙ୍କୁ ମାଡ଼ି ବସିବାକୁ ଯାଇ ହଟହଟା ହେଲେ ପୁଲିସ୍‌।

Arrest

Arrest

Advertisment

ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେବା ପରେ ଆକ୍ସନ ମୋଡକୁ ଚାଲି ଆସିଛି ସୋର ପୁଲିସ୍‌ । ପ୍ରାୟ ୧୪ ବର୍ଷ ହେବ ପୁଲିସ୍‌ ଆଖିରେ ଧୂଳି ଦେଇ ଜଣେ ଫେରାର ଅଭିଯୁକ୍ତ ଘୂରି ବୁଲୁଥିବା ବେଳେ ତାଙ୍କୁ ମାଡ଼ି ବସିବାକୁ ଯାଇ ହଟହଟା ହେଲେ ପୁଲିସ୍‌। ଅଭିଯୁକ୍ତଙ୍କ ପରିବାର ପୁଲିସକୁ ଅତର୍କିତ ଆକ୍ରମଣ କରି ତାଙ୍କୁ ଛଡ଼ାଇ ନେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉଠିଥିବା ପୁଲିସ୍ ଆଜି ଅଭିଯୁକ୍ତଙ୍କ ପତ୍ନୀ ଓ ଝିଅଙ୍କୁ ଉଠାଇ ନେଇଛି। ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡିରେ ଘଟିଛି।

Advertisment

ଅନନ୍ତପୁର ଫାଣ୍ଡି ଅଧୀନ ପୁରୁଷୋତ୍ତମ ଗାଁର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ଏକ ମାମଲା ରୁଜୁ ରହିଥିଲା । କିନ୍ତୁ ସେ କୋର୍ଟରେ ହଜାର ହେଉନଥିବାରୁ ତାଙ୍କ ନାମରେ ୱାରେଣ୍ଟ ବାହାରିଥିଲା l

ଗତକାଲି ପୁଲିସ ତାଙ୍କ ଘରକୁ ସାଧା ପୋଷାକରେ ଯାଇ ଏକ ଅଟୋରେ ବଂଶୀଧରଙ୍କୁ ଧରି ଫାଣ୍ଡିକୁ ଆଣୁଥିଲା। ମାତ୍ର ପରିବାର ଲୋକେ ବାଲିଛନ୍ଦା ଘାଟ ନିକଟରେ ପୁଲିସକୁ ଆକ୍ରମଣ କରି ବଂଶୀଧରଙ୍କୁ ନେଇଯାଇଥିଲେ । ଏହି ଆକ୍ରମଣରେ ଜଣେ କନେଷ୍ଟବଳଙ୍କ ହାତ ଭାଙ୍ଗି ଯିବା ସହିତ ଆକ୍ରମଣକାରୀମାନେ ଫାଣ୍ଡି ଅଧିକାରୀଙ୍କ ମୋବାଇଲ ନେଇଯାଇଥିଲେ  ।

Advertisment

ପରେ ପରିବାର ଲୋକେ ବଂଶୀଧର ମଳିକଙ୍କୁ ଘରକୁ ନେଇଯାଇଥିବା ବେଳେ ତାଙ୍କୁ ପିଛା କରି ପୁଲିସ୍‌ ସେଠାରେ ପହଞ୍ଚିଥିଲ। ମାତ୍ର ସେମାନେ ଘରର ବାଡ଼ରେ ବିଦ୍ୟୁତ ସଂଯୋଗ କରିଦେବାରୁ ପୁଲିସ୍‌ ଖାଲି ହାତରେ ଫେରିଥିଲା।

ଆଜି ସୋର ପୁଲିସ ଟିମ୍‌ ସହ ବଂଶୀଧରଙ୍କ ଘରେ ପହଞ୍ଚିଥିବା ବେଳେ ବଂଶୀଧର ଫେରାର ହୋଇ ଯାଇଥିଲେ। ପୁଲିସ୍‌ ତାଙ୍କ ପତ୍ନୀ ଓ ଝିଅଙ୍କୁ ଉଠାଇ ଆଣିଛି  । ସେମାନଙ୍କୁ ଗିରଫ କରି ସେମାନଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରିଛି ।

  ବଂଶୀଧରଙ୍କ ସମେତ ଫେରାର ହୋଇ ଯାଇଥିବା ଅନ୍ୟ ୩ ଜଣଙ୍କୁ ଖୋଜିବାକୁ ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Balasore Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe