Advertisment

ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା!

ବକେୟା ଟଙ୍କାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Jitendra Garnayak
Dead Body

Dead Body

ରାୟଗଡ଼ା ଜିଲ୍ଲା ଗୁଣପୁରରେ ଜଣେ ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଶୋକ ବରାଡ଼। ସେ ଗୁଣପୁର ରେଳ ଷ୍ଟେସନରେ କାମ କରୁଥିଲେ। ତାଙ୍କ ଘର ପାରଳାଖେମୁଣ୍ଡିରେ। ବକେୟା ଟଙ୍କାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଅଶୋକଙ୍କ ପୁଅ ଲୋକେଶ ବରାଡ଼ କହିଛନ୍ତି, “ଗତକାଲି ସନ୍ଧ୍ୟା ୫ଟା ବେଳେ ବାପା ମୋତେ ଫୋନ୍ କରି ଷ୍ଟେସନକୁ ଆସିବାକୁ କହିଥିଲେ। ଯେହେତୁ ମୁଁ ପାରଳାଖେମୁଣ୍ଡିରେ ଥିଲି ତେଣୁ ପାରଳାଖେମୁଣ୍ଡି ଷ୍ଟେସନ ବୋଲି ଭାବି ଅଧାଘଣ୍ଟାରେ ପହଞ୍ଚୁଛି ବୋଲି ତାଙ୍କୁ କହିଥିଲି। ଅଧାଘଣ୍ଟା ପରେ ସେ ପୁଣି ଫୋନ୍ କଲେ ଓ ଗୁଣପୁର ଷ୍ଟେସନ ଆସିବାକୁ କହିଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ସତ କଥା କୁହ। ‘ମୋଠାରୁ ଧାର ନେଇଛ, ସେ ଟଙ୍କା ଫେରାଇବା ପାଇଁ ପୁଅକୁ କୁହ’ ବୋଲି ସେ ବ୍ୟକ୍ତି ଜଣଙ୍କ କହୁଥିବା ମୁଁ ଶୁଣିପାରିଲି। ତା’ପରେ ମୁଁ ସେହି ବ୍ୟକ୍ତିଙ୍କ ସହିତ ଫୋନ୍‌ରେ କଥା ହୋଇଥିଲି ଓ ମୁଁ ଟଙ୍କା ନେଇ ଯାଉଛି ବୋଲି କହିଥିଲି। ମୋ ବାପାଙ୍କୁ କିଛି ନ କରିବାକୁ ତାଙ୍କୁ କହିଥିଲି।

ସେ କହିଥିଲେ ଯେ ସେମାନେ କାଶୀନଗରରେ ଅଛନ୍ତି। ମୋତେ କାଶୀନଗର ଆସିବାକୁ ସେ କହିଥିଲେ। ମୁଁ କାଶୀନଗରରେ ପହଞ୍ଚି ଫୋନ୍ କଲି। ସେ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ସେମାନେ ଗୁଣପୁର ଥାନାରେ ଅଛନ୍ତି। ମୁଁ ଗୁଣପୁର ଥାନାରେ ପହଞ୍ଚିଲା ବେଳକୁ ଖବର ପାଇଲି ଯେ ବାପାଙ୍କୁ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ପହଞ୍ଚିଲା ବେଳକୁ ମୋ ବାପାଙ୍କର ମୃତ୍ୟୁ ହୋଇଯାଇଛି। ମୁଁ ଯେଉଁ ବ୍ୟକ୍ତିଙ୍କ ସହିତ ଫୋନ୍‌ରେ କଥା ହୋଇଥିଲି ସେ ମୋ ବାପାଙ୍କୁ ହତ୍ୟା କରିଛି। ମୋ ବାପା ସତରେ ଟଙ୍କା ଧାର ନେଇ ଥିଲେ ନା ନାହିଁ, ତାହା ଆମେ ଜାଣିନୁ। ଆମକୁ ନ୍ୟାୟ ମିଳିବା ଦରକାର।”

Advertisment

ଏହି ଘଟଣା ନେଇ ଅଭିଯୋଗ ପାଇବା ପରେ ଗୁଣପୁର ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗୁଣପୁରରୁ ରାକେଶ କୁମାର ପାଢ଼ୀଙ୍କ ରିପୋର୍ଟ

Murder Kidnap