Advertisment

ମୃତଦେହ ଛାଡି ସମ୍ପର୍କୀୟ ଫେରାର

ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଶବ ଆଣିଥିବା ଗାଡ଼ିର ଡ୍ରାଇଭର।

author-image
Madhupriya Mistry
Dead body

Dead body

ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ହସ୍ପିଟାଲ ନିକଟରେ। ଏ ନେଇ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଶବ ଆଣିଥିବା ଗାଡ଼ିର ଡ୍ରାଇଭର। ଅଭିଯୋଗ ପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୁଲିସ।

Advertisment

ଗତ ବିଳମ୍ବିତ ରାତିରେ ବୁର୍ଲା ମେଡିକାଲରୁ ଜଣେ ମହିଳାଙ୍କ ମୃତଦେହକୁ ବୋଲେରୋରେ ଭଡା କରି ସମ୍ପର୍କୀୟ ଜଣକ ବଲାଙ୍ଗିରକୁ ଆସିଥିଲେ। ମୃତ ମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ବୋଲି ସୂଚନା ମିଳିଛି। କିନ୍ତୁ ସଂପର୍କୀୟ ଜଣକ କିଏ ଏବଂ କ'ଣ ପାଇଁ ସେ ମୃତଦେହ ଛାଡ଼ି ଫେରାର ହୋଇଯାଇଛନ୍ତି ସେ ନେଇ କୌଣସି କାରଣ ଜଣାପଡ଼ିନାହିଁ।

ଡ୍ରାଇଭରଙ୍କ ଅଭିଯୋଗ ମୁତାବକ, ଭୋର ୪ଟାରେ ବଲାଙ୍ଗିର ହସ୍ପିଟାଲରେ ପହଞ୍ଚିବା ପରେ ଭଡ଼ା ଟଙ୍କା ଆଣିବାକୁ ଯାଉଛି କହି ସମ୍ପର୍କୀୟ ଜଣକ ମୃତଦେହ ରଖି ସେଠାରୁ ଚାଲିଯାଇଥିଲେ। ମାତ୍ର ପରେ ଆଉ ଫେରିନାହାନ୍ତି। ତାଙ୍କର ଫୋନ ମଧ୍ୟ ଲାଗୁନାହିଁ। 

Advertisment

ଅଭିଯୋଗ ପରେ ପ୍ରକୃତରେ ଟଙ୍କା ନଥିବାରୁ ଫେରାର ହୋଇଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତା'ର ଖୋଳତାଡ କରୁଛି ପୁଲିସ। ମୃତକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ପାଇଁ ମଧ୍ୟ ପୁଲିସ ଉଦ୍ୟମ ଜାରି ରଖିଛି।

Odisha Police Deadbody Bolangir