Advertisment

ବ୍ୟାଙ୍କ ସ୍କାଏ ଲାଇଟ୍ ଭାଙ୍ଗି ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିଥିଲେ ଲୁଟେରା, ଧରାପଡ଼ିଗଲେ

ଭୁବନେଶ୍ୱରରେ ପାହାଳ ଥାନା ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ ଉଦ୍ୟମ ପଣ୍ଡ ହେବା ମାମଲାରେ ଆଜି ୩ ଜଣଙ୍କୁ ଗିରଫ କରିଛନ୍ତି କମିଶନରେଟ ପୁଲିସ।

author-image
Niranjan Mishra
ଅଦ୍ୟତନ ହୋଇଛି
three arrested

three arrested

ସ୍କାଏ ଲାଇଟ୍ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ। ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ହେଲେ ଫେଲ୍ ମାରିଥିଲା ସେମାନଙ୍କ ଉଦ୍ୟମ। ଆଉ ଶେଷରେ ସେମାନେ ପୁଲିସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱରରେ ପାହାଳ ଥାନା ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ ଉଦ୍ୟମ ପଣ୍ଡ ହେବା ମାମଲାରେ ଆଜି ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।

Advertisment

ଶୁକ୍ରବାର ରାତିରେ ଏହି ଲୁଟ୍ ଉଦ୍ୟମ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକ। ବ୍ୟାଙ୍କର ଟଏଲେଟ୍ ସ୍କାଏ ଲାଇଟ ଭାଙ୍ଗି ଭିତରେ ସେମାନେ ଭିତରେ ପଶିଥିଲେ।

ସାଙ୍ଗରେ ନେଇଥିବା କଟର ଓ ହାମର ବ୍ୟବହାର କରି ଷ୍ଟ୍ରଙ୍ଗରୁମ ଗ୍ରୀଲ୍ ଭାଙ୍ଗି ଦେଇଥିଲେ। ଭିତରେ ପଶିବା ପରେ ଷ୍ଟ୍ରଙ୍ଗରୁମ୍‌ ଭିତରେ ଥିବା ଲକରକୁ ଭାଙ୍ଗିବାକୁ ବହୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବିଫଳ ହୋଇ ସେଠାରୁ ଫେରାର ହୋଇଯାଇଥିଲେ।

Advertisment
seized equipmentଲୁଟ୍‌ରେ ବ୍ୟବହାର ହୋଇଥିବା ଜିନିଷ

ଏନେଇ ସୋମବାର ଦିନ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବା ପରେ ପାହାଳ ଥାନାରେ ଅଭିଯୋଗ କରିଥିଲେ। ପାହାଳ ଥାନା ପୁଲିସ ବ୍ୟାଙ୍କ ସିସିଟିଭି ଫୁଟେଜ୍ ଯାଞ୍ଚ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଧରିଛି। ସେମାନଙ୍କ ନିକଟରୁ ଶାବଳ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।

କମିଶନରେଟ ପୁଲିସ ଜୋନ-୪ ଏସିପି ଏସ୍.ଏନ. ମୁଦୁଲି କହିଛନ୍ତି, ଶୁକ୍ରବାର ରାତିରେ ଲୁଟ୍ ଉଦ୍ୟମ ହୋଇଥିଲା। ଏହା ପରବର୍ତ୍ତୀ ଦୁଇଦିନ ବ୍ୟାଙ୍କ ଛୁଟି ଥିବାରୁ ସୋମବାର ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍ ଉଦ୍ୟମ ହୋଇଥିବା ଜାଣିପାରି ପୁଲିସକୁ ଖବର ଦେଇଥିଲେ। ତଦନ୍ତରେ ଏହି ଘଟଣାରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଛି। ବାଲିଅନ୍ତା ଅଞ୍ଚଳର ପେଷାଦାର କ୍ରିମିନାଲ ସାଗର ଭୋଇ ଓରଫ ଷଣ୍ଢ ଏହାର ମୁଖ୍ୟ ସୁତ୍ରଧର ଥିଲା।ତା’ ନାଁ’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେ ମାସେ ତଳେ ଜେଲ୍‌ରୁ ବାହାରିଥିଲା। ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଡକାୟତି ମାମଲାରେ ସେ ସମ୍ପୃକ୍ତ ଥିଲା। ଏହାଛଡ଼ା ରାସ୍ତାରେ ବିଭିନ୍ନ ସମୟରେ ଲୁଟ୍ କରିବା ଓ ଚୋରି କରିବା ମାମଲାରେ ମଧ୍ୟ ବିଭିନ୍ନ ସମୟରେ ସେ ଗିରଫ ହୋଇଛି।

ତା’ ଘର ପଖରେ ରହୁଥିବା ତଥା ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବସନ୍ତ ପ୍ରଧାନ, ଯାଜପୁର ବଡଚଣାର ଗୁରୁ ଚରଣ ମଲ୍ଲିକ ସହିତ ମିଶି ଏହି ଲୁଟ୍ ଉଦ୍ୟମ କରିଥିଲା। ଏହି ଦୁଇଜଣ ମାରବଲ ମସ୍ତ୍ରୀ ଓ ସଫେଇ କାମ କରନ୍ତି। ସେମାନଙ୍କ କ୍ରାଇମ୍‌ ରେକର୍ଡ ବାହାର କରିବାକୁ ଯାଞ୍ଚ ଚାଲିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ ଏହି ଅସାମାଜିକମାନେ ବ୍ୟାଙ୍କରୁ କୌଣସି ଜିନିଷ ଲୁଟ୍ କରି ନ ଥିବା ଜଣାପଡ଼ିଛି। ଲୁଟ୍‌ରେ ଉଦ୍ୟମ ଜିନିଷଗୁଡ଼ିକ ସେମାନଙ୍କ ଠାରୁ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତମାନେ ପୁଲିସ ନିକଟରେ ଦୋଷ ମାନିଛନ୍ତି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

Bhubaneswar Bank Loot