Advertisment

୧୧ କେଜି ସୁନା ନେଇ ଯାଇଥିଲେ ଡକାୟତ, ୩ ବାଇକ୍‌ ସହ ଧରାପଡ଼ିଲା ଜଣେ

ଏହି ମାମଲାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତେ ବିହାରର ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଭିନିତ୍ ଅଗ୍ରୱାଲ।

ଅଦ୍ୟତନ ହୋଇଛି
robber caught with 3 bikes

robber caught with 3 bikes

Advertisment

ଯାଜପୁର ବଜାରରେ ଥିବା ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଅଳଙ୍କାର ଦୋକାନରୁ ସଶସ୍ତ୍ର ଡକାୟତି ମାମଲାରେ ଯାଜପୁର ରୋଡ଼ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ଅପରାଧୀ ଜଣକ ବିହାର ଅନ୍ତର୍ଗତ ବୈଶାଳୀ ଜିଲ୍ଲାର ରୁପେଶ କୁମାର ବୋଲି ପୁଲିସ ସୂଚନା ଦେଇଛି। ଏଥିସହିତ ଏହି ଡକାୟତିରେ ବ୍ୟବହୃତ ୩ ବାଇକ୍, ୨ ମୋବାଇଲ ଫୋନ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ପୁଲିସ। ଏହି ମାମଲାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତେ ବିହାରର ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଭିନିତ୍ ଅଗ୍ରୱାଲ।

Advertisment

ସେ କହିଛନ୍ତି, ଡକାୟତମାନେ ପ୍ରାୟ ୧୧ କେଜିର ସୁନା ନେଇ ଫେରାର ହୋଇଯାଇଥିଲେ। ଏହି ଡକାୟତି କରିବା ଓ ଫେରାର ହେବାରେ ରୁପେଶ ସହାୟତା କରିଥିଲା। ଏବେ ସୁଦ୍ଧା ସ୍ଥାନୀୟ ଅଞ୍ଚଳର କୌଣସି ବ୍ୟକ୍ତିର ସମ୍ପୃକ୍ତି ଥିବା ତଦନ୍ତ ବେଳେ ଜଣାପଡ଼ିନି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଥାଉକି, ଚଳିତବର୍ଷ ମେ’ ୧୫ ତାରିଖରେ ଯାଜପୁର ରୋଡ଼ ବଜାର ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଅଳଙ୍କାର ଦୋକାନରୁ ଡକାୟତି ହୋଇଥିଲା। ଦିନ ଦ୍ୱିପହରରେ ଡକାୟତମାନେ ଗ୍ରାହକ ବେଶରେ ଅଳଙ୍କାର ଦୋକାନ ଭିତରେ ପଶିବା ପରେ ବନ୍ଧୁକ ମୁନରେ ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଲୁଟେରାଙ୍କ ଆକ୍ରମଣରେ ଅଳଙ୍କାର ଦୋକାନର ୨ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ଡକାୟତମାନେ ସମସ୍ତଙ୍କୁ ଏହି ଦୋକାନ ଭିତରେ ବନ୍ଦ କରିବା ପରେ ବାହାରୁ ତାଲା ପକାଇ ପଳାଇଥିଲେ। ଯିବା ବେଳେ ଦୋକାନରେ ଥିବା ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ମୋବାଇଲ ଫୋନ୍‌ ନେଇ ଚାଲି ଯାଇଥିଲେ। ପ୍ରାୟ ଘଣ୍ଟାଏ ଧରି ଡକାୟତମାନେ ଏହି ସୁନା ଦୋକାନ ଭିତରେ ଉତ୍ପାତ କରିଥିଲେ। ତେବେ କୌଣସି ମତେ ଖବର ପାଇ ପୁଲିସ ତାଲା ଭାଙ୍ଗି ସମସ୍ତଙ୍କୁ ଭିତରୁ ଉଦ୍ଧାର କରିଥିଲା। ଅଳଙ୍କାର ଦୋକାନ ମାଲିକଙ୍କ‌ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment
robber caught with 3 bikesଡକାୟତିରେ ବ୍ୟବହୃତ ୩ ବାଇକ୍ ଜବତ ହୋଇଛି

ଏହି ଘଟଣାକୁ ଗୁରୁତର ସହ ନେଇ ଯାଜପୁର ଏସପି ଓ କେନ୍ଦ୍ରାଞ୍ଚଳ ଆଇ.ଜି ଘଟଣାସ୍ଥଳକୁ ଆସି ଛାନଭିନ୍ କରିଥିଲେ। ତଦନ୍ତ ନିମନ୍ତେ ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ତେବେ ଡକାୟତରେ ସାମିଲ ମୁଖ୍ୟ କିଙ୍ଗପିନ୍‌ ଏବେବି ଫେରାର ରହିଥିବା ବେଳେ ଡକାୟତିରେ ତାଙ୍କୁ ସହଯୋଗ କରିଥିବା ରୁପେଶକୁ ବାଲେଶ୍ଵରରୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଖୁବଶୀଘ୍ର ଧରାପଡିବେ ବୋଲି ଯାଜପୁର ଏସପି କହିଛନ୍ତି।

Senko Gold and Diamond Jewelery Shopଯାଜପୁର ରୋଡ଼ ବଜାର ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଅଳଙ୍କାର ଦୋକାନ
Crime Jajpur Robbery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe