Advertisment

ଭୁବନେଶ୍ୱରରେ ବାହାଘର ମଣ୍ଡପରରେ ମାତିଛନ୍ତି ଲୁଟେରା

ରାଜଧାନୀରେ ବାହାଘର ମଣ୍ଡପ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି ଲୁଟେରା

ଅଦ୍ୟତନ ହୋଇଛି
Lootera

Lootera

Advertisment

ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଜାରି ରହିଛି। କେତେବେଳେ ଆପାର୍ଟମେଣ୍ଟରୁ ଚୋରି କରୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍‌ତାଇ କରୁଛନ୍ତି। ଏବେ ଲୁଟେରା ମାନେ ନୂଆ କୌଶଳ ଅପଣାଇଛନ୍ତି। ଏବେ ବାହାଘର ସିଜିନ ଚାଲିଥିବା ବେଳେ ରାଜଧାନୀରେ ବାହାଘର ମଣ୍ଡପ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି ଲୁଟେରା।

Advertisment

ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ମଣ୍ଡପରେ ବାହାଘର ଚାଲିଥିବା ବେଳେ ଝିଅ ଘର ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରା ଉପହାର ସମେତ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ବେଳରୁ ଦୃଶ୍ୟ ମଣ୍ଡପରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ବେଦିରେ ବାହାଘର ଚାଲିଥିବା ବେଳେ ଜଣେ ମହିଳା ଏକ ବ୍ୟାଗ୍ ଛାଡ଼ି ଜଣେ ଫଟୋଗ୍ରାଫରଙ୍କୁ କିଛି କହିବାକୁ ଯାଇଥିଲେ। ସେହି ବ୍ୟାଗରେ କିଛି ଦାମୀ ଉପହାର ସହିତ ଅତିଥି ମାନେ ଦେଇ ଥିବା ଟଙ୍କା ଭର୍ତ୍ତି ଖାମ ଥିଲା। ମହିଳା ଜଣକ ଉକ୍ତ ବ୍ୟାଗ ଛାଡ଼ି ଉଠିଯିବା ପରେ ତାଙ୍କ ପଛରେ ବସିଥିବା ଜଣେ ବ୍ୟକ୍ତି ତାକୁ ନେଇ ଚାଲିଯାଇଥିଲେ। ମହିଳା ଜଣଙ୍କ ନିଜ ସ୍ଥାନକୁ ଫେରି ବ୍ୟାଗ୍ ଉଭାନ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ସେ ଚୌକି ଆଖପାଖରେ ବ୍ୟାଗଟିକୁ ଖୋଜୁଥିବା ବେଳେ ଲୁଟେରା ବ୍ୟାଗ୍‌ଟିକୁ ଧରି ସେଠାରୁ ଫେରାର ହୋଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଲୁଟେରା ଏକ ଲାଲ୍ ପଗଡ଼ି ପିନ୍ଧି ଥିବା ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି। ତେଣୁ ଲୁଟେରା ବରଯାତ୍ରୀରେ ସାମିଲ ହୋଇ ଆସିଥିବା ଜଣାପଡ଼ିଛି। 

Advertisment
Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe