Advertisment

ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଭିତରେ ଥିଲେ ମା’ ସହ ଦୁଇ ଛୁଆ

ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ

Fire

Fire

Advertisment

ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଅଳ୍ପକେ ବର୍ତ୍ତିଗଲେ ମା’ ଓ ଦୁଇ ଛୁଆ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ରଘୁନାଥପୁର ଗାଁରେ। ସ୍ୱାମୀ ପରିତ୍ୟକ୍ତା ନର୍ମଦା ମାହୁନ୍ତଙ୍କ ସହ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ଦୁଇ ଦିନ ତଳେ ପଡ଼ୋଶୀ ମାରଣାକ୍ତ ଆକ୍ରମଣ କରିଥିଲେ। ଯାହାକୁ ନେଇ ନର୍ମଦା ନିଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ।

ମଙ୍ଗଳବାର (ଗତକାଲି) ବିଳମ୍ବିତ ରାତିରେ ନର୍ମଦା ତାଙ୍କର ଦୁଇ ପିଲାଙ୍କୁ ଧରି ଘରେ ଶୋଇଥିଲେ। ସେଇ ସମୟରେ ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପ୍ରାଣ ବିକଳରେ ଘରର ମାଟି କାନ୍ଥ ଭାଙ୍ଗି ବାହାରକୁ ଚାଲିଆସିଥିଲେ ନର୍ମଦା ଓ ଦୁଇ ପିଲା। ଅଳ୍ପକେ ବଞ୍ଚିଗଲା ତିନି ଜଣଙ୍କ ଜୀବନ। ଖବର ପାଇ ନିଆଳି ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ଅଗ୍ନିକାଣ୍ଡରେ ଚାରି ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ନର୍ମଦା। ଅଭିଯୋଗ ଆଧାରରେ ନିଆଳି ପୁଲିସ ଘଟଣାର ତଦନ୍ତ କରୁଛି।

Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe