ଛାତ୍ରୀଙ୍କ ଗଳା କାଟି ୫୦୦ ଟଙ୍କା ଲୁଟ୍। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ।
ବହିଦାର ପଡ଼ା ଠାରୁ ଡିଏଭି କଲେଜ ରାସ୍ତାଟି ନିଛାଟିଆ। ଆଜି ଜଣେ ଛାତ୍ରୀ ସାଇକେଲରେ କଲେଜ ଯାଉଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ତିନି ଜଣ ଯୁବକ ମାସ୍କ ପିନ୍ଧି ଏକ ବାଇକରେ ତାଙ୍କୁ ପିଛା କରିଥିଲେ।
Also Read
କିଛି ବାଟ ପିଛା କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଥିଲେ। ଛାତ୍ରୀ ଜଣକ ଡରିଯାଇ ପାଟି କରିଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ଛାତ୍ରୀଙ୍କର ଦୁଇ ହାତ ଧରି ନେଇଥିଲେ। ଏହା ପରେ ଅନ୍ୟ ଜଣେ ତାଙ୍କୁ ଆକ୍ରମଣ କରିବା ସହିତ ବ୍ୟାଗରୁ ୫୦୦ ଟଙ୍କା ନେଇ ଯାଇଥିଲେ। ପରେ ସେମାନେ ଚମ୍ପଟ ମାରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ଡିଏଭି କଲେଜ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନେଇଥିଲେ। ଏହି ଘଟଣାକୁ ନେଇ ଛାତ୍ରୀ ଜଣଙ୍କ ଟିଟିଲାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।