Advertisment

ଛାତ୍ରୀଙ୍କ ଗଳାରେ ବ୍ଲେଡ୍‌ ମାରି ୫୦୦ ଟଙ୍କା ନେଇ ଦୁର୍ବୃତ୍ତ ଫେରାର

ଛାତ୍ରୀଙ୍କ ଗଳା କାଟି ୫୦୦ ଟଙ୍କା ଲୁଟ୍। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ।

ଅଦ୍ୟତନ ହୋଇଛି
Balangir

Balangir

Advertisment

ଛାତ୍ରୀଙ୍କ ଗଳା କାଟି ୫୦୦ ଟଙ୍କା ଲୁଟ୍। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ।

Advertisment

ବହିଦାର ପଡ଼ା ଠାରୁ ଡିଏଭି କଲେଜ ରାସ୍ତାଟି ନିଛାଟିଆ। ଆଜି ଜଣେ ଛାତ୍ରୀ ସାଇକେଲରେ କଲେଜ ଯାଉଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ତିନି ଜଣ ଯୁବକ ମାସ୍କ ପିନ୍ଧି ଏକ ବାଇକରେ  ତାଙ୍କୁ ପିଛା କରିଥିଲେ। 

କିଛି ବାଟ ପିଛା କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଥିଲେ। ଛାତ୍ରୀ ଜଣକ ଡରିଯାଇ ପାଟି କରିଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ଛାତ୍ରୀଙ୍କର ଦୁଇ ହାତ ଧରି ନେଇଥିଲେ। ଏହା ପରେ ଅନ୍ୟ ଜଣେ ତାଙ୍କୁ ଆକ୍ରମଣ କରିବା ସହିତ ବ୍ୟାଗରୁ ୫୦୦ ଟଙ୍କା ନେଇ ଯାଇଥିଲେ। ପରେ ସେମାନେ ଚମ୍ପଟ ମାରିଥିଲେ। 

Advertisment

ଘଟଣା ସମ୍ପର୍କରେ ସୂଚନା ପାଇ ଡିଏଭି କଲେଜ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନେଇଥିଲେ।  ଏହି ଘଟଣାକୁ ନେଇ ଛାତ୍ରୀ ଜଣଙ୍କ ଟିଟିଲାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରୁଛି। 

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe