Advertisment

୧୦ ଟଙ୍କା ଅଧିକରେ ବିକୁଥିଲେ ମଦ; ଏବେ ଗଣିବେ ୨୦ଲକ୍ଷ

ଖାଉଟି ଅଦାଲତ ଘଟଣାର ତଦନ୍ତ କରି ଉକ୍ତ ଦୋକାନୀଙ୍କୁ ୨୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
liquor

liquor

ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା। ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏହା ସହ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଅଞ୍ଚଳରେ।

Advertisment

କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି MRP ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ  ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ  ଦେଇ ମଦ କିଣିଥିଲେ। 

ପରେ କଟକ ସିଡିଏ ଅଞ୍ଚଳର କିଛି ଗ୍ରାହକ ଏନେଇ କଟକ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଘଟଣାର ତଦନ୍ତ କରି ଉକ୍ତ ଦୋକାନୀଙ୍କୁ ୨୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ। ଏହା ସହିତ କଟକ ଜିଲ୍ଲା ଅବକାରୀ ବିଭାଗ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି।

Advertisment

କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି  ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ। 

Cuttack