Advertisment

ଜ୍ୱାଇଁର ପଥର ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ

ଗତକାଲି ରାତିରେ ଜ୍ୱାଇଁ ମାମୁଧନ ବାଘ୍ ମଦ୍ୟପାନ କରି ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଶ୍ୱଶୁରଙ୍କ ସହିତ ପାଟିତୁଣ୍ଡ କରିବା ସହିତ ପଥର ମାଡ଼ କରିଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ଜ୍ୱାଇଁର ପଥର ମାଡ଼ରେ ଶ୍ୱଶୁରର ମୃତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ। ମୃତକ ହେଲେ ବେଡ଼ା ବାଘ (୬୦)।

Advertisment

ଗତକାଲି ରାତିରେ ଜ୍ୱାଇଁ ମାମୁଧନ ବାଘ୍ ମଦ୍ୟପାନ କରି ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଶ୍ୱଶୁରଙ୍କ ସହିତ ପାଟିତୁଣ୍ଡ କରିବା ସହିତ ପଥର ମାଡ଼ କରିଥିଲା। ପଥର ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିଲେ ବେଡା ବାଘ। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତର ଖାନାକୁ ନେଇଥିଲେ ପରିବାର ଲୋକେ। ତେବେ ସେଠାରେ ସିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ସେପଟେ ହତ୍ୟାକାରୀ ଜ୍ୱାଇଁ ମାମୁଧନ ଘଟଣା ସ୍ଥଳରୁ ଫେରାର ଅଛନ୍ତି। ତେବେ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଜ୍ୱାଇଁ ମାମୁଧନଙ୍କୁ ଖୋଜୁଛି।

Advertisment
Murder