Advertisment

ଶ୍ଵଶୁରକୁ ଛୁରି ଭୁସି ହତ୍ୟା କଲା ଜ୍ୱାଇଁ

ଅଭିଯୁକ୍ତ ଜ୍ୱାଇଁ ଶାତୁ ପ୍ରାସ୍କାଙ୍କୁ ପୁଲିସ ଗିରଫ କରିଛି।

DeadBody

DeadBody

Advertisment

ପାରିବାରିକ କଳହର କରୁଣ ପରିଣତି। ଶ୍ଵଶୁରକୁ ଜଣେ ବ୍ୟକ୍ତି ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନା ପୁଟ ଗାଁରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମଚନ୍ଦ୍ର ଉଲୁକା। ଅଭିଯୁକ୍ତ ଜ୍ୱାଇଁ ଶାତୁ ପ୍ରାସ୍କାଙ୍କୁ ପୁଲିସ ଗିରଫ କରିଛି।

Advertisment

ଶାତୁଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ସେ ତାଙ୍କ ବାପଘରେ ଆସି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଶାତୁଙ୍କ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହୋଇଥିଲା। ଶାତୁଙ୍କ ଶ୍ଵଶୁର ରାମଚନ୍ଦ୍ର ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ।

ଶାତୁ ଖବର ପାଇ ମେଡିକାଲରେ ପହଞ୍ଚିଥିଲେ। ମୋତେ ନ ପଚାରି କାହିଁକି ମୋ ସ୍ତ୍ରୀକୁ ମେଡିକାଲ ଆଣିଲ ବୋଲି ଶ୍ଵଶୁରଙ୍କୁ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ ଉଭୟ ଶ୍ଵଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲ। ପରେ ଶାତୁ ଏକ ଛୁରୀ ଆଣି ଶ୍ଵଶୁରଙ୍କୁ ଭୁସି ଦେଇଥିଲେ। ଶ୍ଵଶୁରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Murder Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe