Police investigating the case
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ତିହାଡିପାଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ବାହା କରାଇଦେବାକୁ ଜିଦ୍ କରୁଥିବା ପୁଅ ଘଟାଇଛି ଅଘଟଣ। ଜିଦ୍ ପୂରଣ ନକରିବାରୁ ବାପାକୁ ହତ୍ୟା କରିଛି ପୁଅ। ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ମୃତକ ତିହାଡିପାଲିର ପରମାନନ୍ଦ ନାଏକ। ଅଭିଯୁକ୍ତ ଜଣକ ତାଙ୍କ ପୁଅ ବିକେଶ ନାଏକ।
ପୂର୍ବରୁ ବାହା କରାଇ ଦେବା ପାଇଁ ବାପା ସହ ଗଣ୍ଡଗୋଳ କରିଆସୁଥିଲା ବିକେଶ। ଆଜି ଏହାକୁ ନେଇ ବାପ-ପୁଅଙ୍କ ଭିତରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ପୁଅ କୋଦାଳରେ ବାପାଙ୍କୁ ହାଣି ଦେଇଥିଲା। ।
ଘଟଣା ସମ୍ପର୍କରେ ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିକେଶ ଫେରାର ହୋଇଯାଇଛି। ତେଣୁ ପୁଲିସ ତାକୁ ଧରିବାକୁ ଚଢ଼ଉ ଜାରି ରଖିଛି।
ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଜଣେ ଶିକ୍ଷକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। କୁଚିଣ୍ଡାର ଖର୍ଲା ନଦୀ ପୋଲ ନିକଟରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ମଧ୍ୟାହ୍ନରେ ବାହା କରାଇଦେବା ଜିଦରେ ବାପାକୁ କୋଦାଳରେ ହାଣି ପୁଅ ହତ୍ୟା କରିବା ଘଟଣା ଅଞ୍ଚଳରେ ଉଦ୍ବେଗର ବିଷୟ ହୋଇଛି।
ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us