Advertisment

ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ

ଝଗଡ଼ା ଉଗ୍ରରୂପ ନେଇଥିଲା। ଧୀରେନ ରାଗିଯାଇ ତାଙ୍କ ବାପାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ରାମ ପ୍ରସାଦ ବାଗଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Police

Police

Advertisment

ପାରିବାରିକ କଳହର କରୁଣ ପରିଣତି। ବୁଢ଼ା ବାପାଙ୍କୁ ପିଟି ପିଟି ହତ୍ୟା କଲା ପୁଅ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁରୁ। ମୃତକଙ୍କ ନାଁ ରାମ ପ୍ରସାଦ ବାଗ।

Advertisment

ଗତକାଲି ରାତିରେ ରାମ ପ୍ରସାଦ ବାଗ ଓ ତାଙ୍କ ପୁଅ ଧୀରେନ ବାଗଙ୍କ କୌଣସି ପାରିବାରିକ ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ଧୀରେନ ରାଗିଯାଇ ତାଙ୍କ ବାପାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ରାମ ପ୍ରସାଦ ବାଗଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି।

ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଧୀରେନ ବାଗଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତାଙ୍କୁ ପଚରାଉଚରା ବେଳେ ପୁଲିସ୍ ଜାଣିବାକୁ ପାଇଛି ଯେ ଧୀରେନ ମଦ ପିଇ ତାଙ୍କ ବାପାଙ୍କୁ ପିଟାପିଟି କରନ୍ତି। 

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe