Advertisment

ମାଂସ କାଟୁ କାଟୁ କାକା ଦେହରେ ଚୋଟ ବସାଇଲେ ପୁତୁରା

ପୁତୁରାର ଟାଙ୍ଗିଆ ଚୋଟରେ କାକା ଗୁରୁତର

author-image
Biswajit Samal
Crime

Crime

ପୁତୁରାର ଟାଙ୍ଗିଆ ଚୋଟରେ କାକା ଗୁରୁତର। ଏମିତି ଏକ ଅଭାବନିୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାର ସମଲେଇଚୁଆ ଗାଁରେ।

Advertisment

ସମଲେଇଚୁଆ ଗାଁରେ ବିବାହ ସରିବା ପରେ ରାତିରେ ମୁଡୋଝରନ ପର୍ବ ଚାଲିଥିଲା। ଏଇ ସମୟରେ ଦୁର୍ଜନ ଭୁଏ (୩୫) ମାଂସ କାଟୁଥିବା ବେଳେ ସମାରୁ ଭୁଏ (୫୫)ଙ୍କ ଭିତରେ କୌଣସି କାରଣରୁ କଳି ଝଗଡ଼ା ହୋଇଥିଲା। ଦୁର୍ଜନ ରାଗିଯାଇ ମାଂସ କାଟୁଥିବା ଟାଙ୍ଗିଆ ଅସ୍ତ୍ରରେ କାକା ସମାରୁକୁ ମରଣାନ୍ତକ ଆକ୍ରମଣ କରିଥିଲା।

ଘଟଣା ସ୍ଥଳରେ ସମାରୁ ରକ୍ତାକ୍ତ ହୋଇ ତେଳେ ପଡ଼ଯାଇଥିଲା। ପରିବାର ଲୋକେ ସମାରୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ପରିବାର ଳୋକେ ଡୁଙ୍ଗୁରିପାଲି ଥାନାରେ ଲିଖତି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଆକ୍ରମଣ କାରୀ ଦୁର୍ଜନକୁ ଗିରଫ କରିଛି।

Advertisment
Crime Story