Advertisment

ଟଙ୍ଗିଆରେ ଖୁଡ଼ିକୁ ହାଣିଲା ପୁତୁରା

ପୁତୁରା ଚିତ୍ର ହାତରେ ଏକ ଧାରୁଆ ଟାଙ୍ଗିଆ ଧରି ଅତର୍କିତ ଭାବେ ନିଜ ଖୁଡ଼ିକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଉତ୍ତରାଙ୍କର ମୃତ୍ୟୁ ହୋଇଥିଲା।

Murder

Murder

Advertisment

ଖୁଡ଼ିକୁ ଟାଙ୍ଗିଆରେ ହାଣୀ ହତ୍ୟା କଲା ପୁତୁରା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟଣାଗଡ଼ ଥାନା କୁତମୁଣ୍ଡା ଗାଁରେ। ଆଜି ଅପରାହ୍ନ ୩ଟାରେ ଖୁଡ଼ି ଉତ୍ତରା ସ୍ୱାମୀ ଦଖନ ଧରୁଆଙ୍କ ସହ ଘରେ ଶୋଇଥିଲେ। ସେତିକି ବେଳେ ପୁତୁରା ଚିତ୍ର ହାତରେ ଏକ ଧାରୁଆ ଟାଙ୍ଗିଆ ଧରି ଅତର୍କିତ ଭାବେ ନିଜ ଖୁଡ଼ିକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଉତ୍ତରାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଏନେଇ ଉତ୍ତରାଙ୍କ ସ୍ୱାମୀ ପ୍ରତିବାଦ କରିବାରୁ ଚିତ୍ର ଟାଙ୍ଗିଆକୁ ହାତରେ ଧରି ପାଟଣାଗଡ଼ ଥାନାରେ ଆତ୍ମ ସମର୍ପଣ କରିଥିବା ପୁଲିସ ସୂଚନା ଦେଇଛି। ଗାଁରେ ଉତ୍ତରାଙ୍କ ମୃତଦେହ ପଡ଼ିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଦଖନ ଧରୁଆ ମୃତକଙ୍କ ସ୍ୱାମୀ କହିଛନ୍ତି, ମୁଁ ମୋର ସ୍ତ୍ରୀ ଉତ୍ତରା ଖାଇକି ଶୋଇଥିଲୁ। ହଠାତ ପୁତୁରା ଆସି ମୋ ସ୍ତ୍ରୀକୁ ହାଣିଲା। କାହିଁକି ହତ୍ୟା କଲା ମୁଁ ଯାଣିନାହିଁ। 

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe