Balangir
ବଲାଙ୍ଗିର ଜିଲ୍ଲା ଟିକ୍ରାପାଡ଼ା ଫାଣ୍ଡିରୁ ଅଭିଯୁକ୍ତ ଫେରାର। ଫେରାର ଥିବା ଅଭିଯୁକ୍ତ ଜଣଙ୍କ ହେଉଛି ଟିକ୍ରାପଡ଼ା ଗ୍ରାମର ବୁଲୁ ରାଜପାଲିଆ। ଆଜି ସକାଳୁ କିଛି ଝିଅ ମର୍ଣ୍ଣିଂୱାକରେ ଯାଉଥିଲେ। ସେହି ସମୟରେ ବୁଲୁ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରୁଥିଲା। ତେବେ ଯୁବତୀ ଜଣଙ୍କ ତାଙ୍କୁ ବିରୋଧ କରିଥିଲେ। ଯେଉଁଥି ପାଇଁ ବୁଲୁ ସେମାନଙ୍କୁ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ଏପରିକି ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଯୁବତୀ ମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବୁଲୁକୁ କାବୁ କରିନେଇ ଥିଲେ। ପରେ ତାକୁ ଫାଣ୍ଡିରେ ଜିମା ଦେଇଥିଲେ। ପାଣ୍ଡିରେ ହୋମଗାର୍ଡ଼ ଓ କନେଷ୍ଟବଳ ଜଗି ଥିବାବେଳେ ଚମ୍ପଟ ମାରିଥିଲା ଅଭିଯୁକ୍ତ। ଏଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଫାଣ୍ଡି ଘେରାଉ କରିବାର ସହିତ ଧାରଣାରେ ବସିଥିଲେ। ଥାନା ଅଧିକାରୀ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Balangir_1701004140.jpeg)