ପୁଲିସକୁ ଚକମା ଦେଇ ଖସିଯାଇଥିଲେ ଦୁଇ ଅଭିଯୁକ୍ତ। ପୁଲିସ ଜଣେ ଅଭିଯୁକ୍ତକୁ ଧରି ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାଯାଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନାରେ ଏହି ଘଟଣା ଘଟିଛି। ପୁଲିସ ଅନ୍ୟ ଅଭିଯୁକକୁ ଧରିବାକୁ ଛାନଭିନ୍ ଚଳାଇଛି।
ଗତକାଲି ଅପରାହ୍ନ ସମୟରେ ଜଣେ ଅଭିଯୁକ୍ତ କୌଣସି ବାହାନାରେ ଥାନା ବାହାରକୁ ଆସିଥିଲା। ପରେ ପୁଲିସକୁ ଚକମା ଦେଇ କାନ୍ଥ ଡେଇଁ ଚମ୍ପଟ ମାରିଥିଲା। ଥାନାରେ ଥିବା ପୁଲିସ କର୍ମଚାରୀମାନେ ଫେରାର ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଥାନା ହାଜତରେ ଥିବା ଆଉ ଜଣେ ଅଭିଯୁକ୍ତ ପୁଲିସ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲା। ପରେ ଥାନାରୁ ଚମ୍ପଟ ମାରିଥିଲା। ପୁଲିସ ଦୁଇ ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ ଚଳାଇଥିଲା। ପୁଲିସ ଜଣେ ଅଭିଯୁକ୍ତକୁ ଧରି ଗିରଫ କରିଛି।
Also Read
ଅନ୍ୟପକ୍ଷରେ ଆହତ କନଷ୍ଟେବଳଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରପୁଟ ସ୍ଥାନାନ୍ତର କରାଯାଇଛି। ନାବାଳିକା ଅପହରଣ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିଲା ପୁଲିସ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?