Advertisment

ପୁଲିସକୁ ଚକମା ଦେଇ ଖସି ଯାଇଥିଲେ ୨ ଅଭିଯୁକ୍ତ; ଧରାପଡ଼ିଲା ଜଣେ

ନାବାଳିକା ଅପହରଣ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିଲା ପୁଲିସ।

ଅଦ୍ୟତନ ହୋଇଛି
Police station

Police station

Advertisment

ପୁଲିସକୁ ଚକମା ଦେଇ ଖସିଯାଇଥିଲେ ଦୁଇ ଅଭିଯୁକ୍ତ। ପୁଲିସ ଜଣେ ଅଭିଯୁକ୍ତକୁ ଧରି ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାଯାଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନାରେ ଏହି  ଘଟଣା ଘଟିଛି। ପୁଲିସ ଅନ୍ୟ ଅଭିଯୁକକୁ ଧରିବାକୁ ଛାନଭିନ୍ ଚଳାଇଛି।

Advertisment

ଗତକାଲି ଅପରାହ୍ନ ସମୟରେ ଜଣେ ଅଭିଯୁକ୍ତ କୌଣସି ବାହାନାରେ ଥାନା ବାହାରକୁ ଆସିଥିଲା। ପରେ ପୁଲିସକୁ ଚକମା ଦେଇ କାନ୍ଥ ଡେଇଁ ଚମ୍ପଟ ମାରିଥିଲା। ଥାନାରେ ଥିବା ପୁଲିସ କର୍ମଚାରୀମାନେ ଫେରାର ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଥାନା ହାଜତରେ ଥିବା ଆଉ ଜଣେ ଅଭିଯୁକ୍ତ ପୁଲିସ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲା। ପରେ ଥାନାରୁ ଚମ୍ପଟ ମାରିଥିଲା। ପୁଲିସ ଦୁଇ ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ ଚଳାଇଥିଲା। ପୁଲିସ ଜଣେ ଅଭିଯୁକ୍ତକୁ ଧରି ଗିରଫ କରିଛି।  

ଅନ୍ୟପକ୍ଷରେ ଆହତ କନଷ୍ଟେବଳଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରପୁଟ ସ୍ଥାନାନ୍ତର କରାଯାଇଛି। ନାବାଳିକା ଅପହରଣ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିଲା ପୁଲିସ।

Advertisment
Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe