Advertisment

ଭୋଜି ଖାଇ ଫେରୁଥିଲେ କାକା, ପୁତୁରା: ରାସ୍ତାରୁ ଲୁଟିନେଲେ ଦୁର୍ବୃତ୍ତ

ଦୁର୍ବୃତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ କାକା ଓ ପୁତୁରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ବୁବୃର୍ତ୍ତମାନେ ସେମାନଙ୍କ ଠାରୁ ୫୬୩୦ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଥିଲେ।

ଅଦ୍ୟତନ ହୋଇଛି
Mithun Pradhan

Mithun Pradhan

Advertisment

ବାହାଘର ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହେଲେ କକା ଓ ପୁତୁରା। ଦୁର୍ବୃତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଫଳରେ କକା ଓ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଞ୍ଚଳରେ।

Advertisment

ଗତକାଲି (ସୋମବାର) ରାତିରେ ପଣ୍ଡକିଟାଲ ଗାଁର କକା ମିଥୁନ ପ୍ରଧାନ ଓ ପୁତୁରା ବାବୁଲୁ ପ୍ରଧାନ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ବାହାଘର ଭୋଜି ଖାଇ ରାତି ପ୍ରାୟ ସାଢେ ୧୦ ଟାରେ ବାଇକରେ ଘରକୁ ଫେରୁଥିଲେ। ସେଇ ସମୟରେ ରାମପୁର ଥାନା ବଡକର୍ଲେ କେନାଲ ଛକରେ ଦୁଇଟି ମଟର ସାଇକେଲରେ ୫ ଜଣ ଦୃର୍ବୁତ୍ତ ଛିଡ଼ା ହୋଇଥିଲେ। କକା ମିଥୁନ ପ୍ରଧାନ ଓ ପୁତୁରା ବାବୁଲୁ ପ୍ରଧାନ ଆସୁଥିବାର ଦେଖି ଦୁର୍ବୃତ୍ତ ମାନେ ଯୋର ଜବରଦସ୍ତ ଅଟକାଇଥିଲେ। ଭୟରେ କାକା, ପୁତୁରା ଅଟକି ଯାଇଥିଲେ। ଦୁର୍ବୃତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ କାକା ମିଥୁନ ଓ ପୁତୁରା ବାବୁଲୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଉଭୟ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଏହାପରେ ବୁବୃର୍ତ୍ତମାନେ ସେମାନଙ୍କ ଠାରୁ ୫୬୩୦ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହାପରେ ଗାଁ ଲୋକ ଖବର ପାଇ ଘଟଣାସ୍ଥଳକୁ ଆସିଥିଲେ। ସେଠାରୁ କକା ମିଥୁନ ପ୍ରଧାନ ଓ ପୁତୁରା ବାବୁଲୁ ପ୍ରଧାନଙ୍କୁ ଉଦ୍ଧାର କରି ରାମପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ନଥିବାରୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏନେଇ ଆହତଙ୍କ ବଡ଼ଭାଇ ଭଗବାନ ପ୍ରଧାନ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe