Advertisment

BSKY ନାଁରେ ଠକୁଥିଲେ, ନକଲି ଡାକ୍ତରଙ୍କୁ ପୁଲିସ ଜିମାଦେଲେ ଗାଁ ଲୋକ

ବିନା ଅସ୍ତ୍ରୋପଚାର ଓ ଚିକିତ୍ସାରେ ରୋଗୀଙ୍କ BSKY କାର୍ଡ଼ରୁ ଟଙ୍କା କାଟି ନେଇଯାଇଥିବା ଅଭିଯୋଗ ହୋଇଛି।

Jajpur

Jajpur

Advertisment

ଭୁବନେଶ୍ଵର ବାଳକାଟି ସ୍ଥିତ ଏକ ଘରୋଇ ହସ୍ପିଟାଲ “ ସାଇ ସବୁରି ହସ୍ପିଟାଲ ନାମରେ ” ଠକେଇ ଅଭିଯୋଗ। ବିନା ଅସ୍ତ୍ରୋପଚାର ଓ ଚିକିତ୍ସାରେ ରୋଗୀଙ୍କ BSKY କାର୍ଡ଼ରୁ ଟଙ୍କା କାଟି ନେଇଯାଇଥିବା ଅଭିଯୋଗ ହୋଇଛି। ଏଭଳି ଠକେଇ କରାଯାଇଥିବା ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରାଇ ଥାନା ପାଟରଙ୍ଗା ଗ୍ରାମରୁ। ଗ୍ରାମବାସୀ ମାନେ ହସ୍ପିଟାଲର ମାର୍କେଟିଂ ମ୍ୟାନେଜର ତଥା ନିଜକୁ ଡାକ୍ତର ପରିଚୟ ଦେଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଛନ୍ତି।

Advertisment

ସୂଚନା ଅନୁସାରେ ହିମାଂଶୁ ଦାସ ନାମକ ଜଣେ ବ୍ୟକ୍ତି। ପାଟରଙ୍ଗା ଗାଁକୁ ଆସି ନିଜକୁ ସାଇ ସବୁରି ହସ୍ପିଟାଲର କର୍ମଚାରୀ ବା ମେଡିସିନ ବିଭାଗର ଡାକ୍ତର ବୋଲି ପରିଚୟ ଦେଇଥିଲେ। ପରେ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରିବାକୁ ପାଟରଙ୍ଗା ଗ୍ରାମର ସରପଞ୍ଚଙ୍କ ସହ ଆଲୋଚନା କରି ଆରମ୍ଭ କରିଥିଲେ ସ୍ୱାସ୍ଥ୍ୟ ଶିବିର।

ଏହି ଶିବିରରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ୩୦ ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ଓ ବିଭିନ୍ନ ଅସ୍ତ୍ରୋପଚାର କରାଇବା ପାଇଁ ସାଇ ସବୁରି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଅନେକ ରୋଗୀଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର କରାନଯାଇ ଛାଡ଼ି ଦିଆ ଯାଇଥିଲା। ଏଥିସହିତ ସେମାନଙ୍କ BSKY କାର୍ଡରୁ ଟଙ୍କା କାଟି ନିଆଯାଇଥିଲା।

Advertisment

ପରେ ଏନେଇ ସମ୍ପୃକ୍ତ ବ୍ୟକ୍ତି ହିମାଂଶୁ ଦାସଙ୍କୁ ଲୋକମାନେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନଥିଲେ। ତେବେ ଆଜି ହିମାଂଶୁ ନିକଟସ୍ଥ ଏକ ଗାଁକୁ ଆସିଥିବା ବେଳେ ପାଟରଙ୍ଗା ଗ୍ରାମବାସୀ ତାଙ୍କୁ କାବୁ କରି ଗ୍ରାମକୁ ଆଣି ଅଟକ ରଖିଛନ୍ତି। ଏନେଇ ଗ୍ରାମବାସୀ ପୁଲିସକୁ ଜଣାଇଥିବା ପରେ ଘଟଣା ସ୍ଥଲରେ ପୁଲିସ ପହଞ୍ଚି ଡାକ୍ତର ପରିଚୟ ଦେଉଥିବା ହିମାଂଶୁ ଦାସଙ୍କୁ ଗିରଫ କରିଛି।  

ରିପୋର୍ଟ – ଯାଜପୁରରୁ ଜନ୍ମୋଜୟ ଦାଶ

Jajpur Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe