Advertisment

‘ଶ୍ୱଶୁର ଓ ଦିଅର ମିଶି ମୋ ସ୍ୱାମୀକୁ ମାରିଦେଇଛନ୍ତି’

ବିବାହର ଦୁଇ ବର୍ଷ ବିତି ଯାଇଥିଲେ ବି ନିରୁପମାଙ୍କୁ ଶ୍ୱଶୁର ଘର ଲୋକ ସବୁ ବେଳେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ସେଥିପାଇଁ ନିରୁପମା ଶାଶୁଘର ଛାଡ଼ି ଗତ ସାତ ମାସ ହେବ ବାପ ଘରେ ରହୁଥିଲେ।

ଅଦ୍ୟତନ ହୋଇଛି
Athagarh

Athagarh

Advertisment

ସ୍ୱାମୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ। ଶ୍ୱଶୁର ଓ ଦିଅର ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ପତିହରା ପତ୍ନୀ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନାର ସୋମପଡ଼ା ଗ୍ରାମରେ।

Advertisment

ସୂଚନାନୁସାରେ ସୁରେଶ ସାହୁଙ୍କ ମଝିଆ ପୁଅ ଗୋପବନ୍ଧୁଙ୍କ ସହିତ ଆଠଗଡ଼ ଥାନା ବାଲିପଦା ଗ୍ରାମର ଅରୁଣ ସାହୁଙ୍କ ଝିଅ ନିରୁପମାଙ୍କ ସହିତ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ବିତି ଯାଇଥିଲେ ବି ନିରୁପମାଙ୍କୁ ଶ୍ୱଶୁର ଘର ଲୋକ ସବୁବେଳେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ସେଥିପାଇଁ ନିରୁପମା ଶାଶୁଘର ଛାଡ଼ି ଗତ ସାତ ମାସ ହେବ ବାପ ଘରେ ରହୁଥିଲେ।

ଗତ ମଙ୍ଗଳବାର ଦିନ ନିରୁପମାଙ୍କୁ ଆଣିବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ ସ୍ୱାମୀ ଗୋପବନ୍ଧୁ। ହେଲେ ଶ୍ୱଶୁର ଘର ଝିଅକୁ ତାଙ୍କ ସହିତ ଛାଡ଼ି ନଥିଲେ। ଶ୍ୱଶୁର ଜ୍ୱାଇଁ ଗୋପବନ୍ଧୁଙ୍କୁ କହିଥିଲେ ଯେ ଝିଅ ସାତ ମାସ ହେବ ବାପଘରେ ରହିଲାଣି। ଗାଁର କିଛି ଭଦ୍ର ଲୋକ ଆଉ ତୁମ ବାପାଙ୍କୁ ଆଣିବ, କୋର୍ଟ ପେପରରେ ଲେଖାପଢ଼ା ହେଲା ପରେ ଝିଅକୁ ଛାଡ଼ିବି। ଏହାପରେ ଗୋପବନ୍ଧୁ ନିଜ ଘରକୁ ଫେରି ଯାଇଥିଲେ। ସନ୍ଧ୍ୟାବେଳେ ଗୋପବନ୍ଧୁଙ୍କୁ ମୂର୍ମୁଷ ଅବସ୍ତାରେ ଘରପାଖରୁ ଉନ୍ଧାର କରିଥିଲେ ଗାଁର କିଛି ଯୁବକ। ସେମାନେ ଗୋପବନ୍ଧୁଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Advertisment

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇଲା ପରେ ତାଙ୍କ ସ୍ୱାମୀଙ୍କୁ ଶ୍ୱଶୁର ଏବଂ ଦିଅର ପିଟି ପିଟି ହତ୍ୟା କରିଥିବା ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନିରୁପମା। ଅଭିଯୋଗ ଆଧାରରେ ଶ୍ୱଶୁର ଏବଂ ଦିଅର ମୁନା ସାହୁଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା କରିବା ସହିତ ତଦନ୍ତ ଚଳାଇଛି।

ରିପୋର୍ଟ- ଆଠଗଡ଼ରୁ ନୀଳକଣ୍ଠ ଦୋରା

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe