Advertisment

ବ୍ୟବଚ୍ଛେଦ ରିପୋର୍ଟ ଉପରେ ସନ୍ଦେହ, ଡାକ୍ତରଙ୍କୁ ଜୋତାରେ ପିଟିଲେ ମହିଳା

ରିପୋର୍ଟ ଭୁଲ ଓ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସଂପୃକ୍ତ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ମୃତକଙ୍କ ମାଆ

doctor

doctor

Advertisment

ପାରଳାଖେମୁଣ୍ଡିରେ ଡାକ୍ତରଙ୍କୁ ପିଟିଲେ ମୃତକଙ୍କ ମାଆ। ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଡାକ୍ତର ଭୁଲ ପୋଷ୍ଟମର୍ଟମ ରିପୋର୍ଟ ଦେଇଥିବା ଅଭିଯୋଗ। ତେବେ ଏହି ରିପୋର୍ଟ ଭୁଲ ଓ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସଂପୃକ୍ତ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ମୃତକଙ୍କ ମାଆ।

Advertisment

ସୂଚନା ଅନୁସାରେ ମୃତ ଛାତ୍ରୀ ସୌଦାମିନୀଙ୍କ ମା’ ସୁଜ୍ଞାନୀ ଆଜି ସକାଳେ ହଠାତ୍ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଆଉ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତର ରଶ୍ମିରଂଜନ ମିଶ୍ରଙ୍କ ପ୍ରକୋଷ୍ଠରେ ପଶି ଆକ୍ରମଣ କରିଥିଲେ। ଏନେଇ ସଂପୃକ୍ତ ଡାକ୍ତର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି। ଏସଂପର୍କରେ ଥାନାରେ ଏତଲା ଦିଆଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

୨୦୨୩ ଫେବୃୟାରୀ ୨୨ତାରିଖରେ ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତଦେହ ହଷ୍ଟେଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ପାରଳାଖେମୁଣ୍ଡି ପୁଲିସ କରିଥିଲା। କିନ୍ତୁ ଏଥିରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ମାମଲାର ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି। ହେଲେ ଏଯାଏଁ କୌଣସି ନିସ୍କର୍ଷରେ ତଦନ୍ତକାରୀ ସଂସ୍ଥା ପହଞ୍ଚି ପାରିନାହିଁ।

Advertisment
Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe