Advertisment

ଯୁବକଙ୍କୁ ଟିକଟିକ୍ କରି ହାଣି ୭ ପଲିଥିନ୍‌ରେ ପୂରାଇ ରଖିଥିଲେ, ବନ୍ଦ ଘରୁ ମିଳିଲା ମୃତଦେହ

ଆଜି ବଲାଙ୍ଗିର ଟାଉନ ଥାନା ସାଲେପାଲିର ଏକ ଘର ଭିତରୁ ଏହି ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
dead body

dead body

Advertisment

ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ମୃତଦେକୁ ଟିକଟିକ୍ କରି ହାଣି ୭ଟି ପଲିଥିନ୍‌ ମୁଣାରେ ପୂରାଇ ରଖିଥିଲେ। ଆଜି ବଲାଙ୍ଗିର ଟାଉନ ଥାନା ସାଲେପାଲିର ଏକ ଘର ଭିତରୁ ଏହି ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହର ଗୋଡ଼, ମୁଣ୍ଡ, ହାତ ସବୁ କାଟି ପଲିଥିନରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ଏଠାରେ ରହୁଥିବା ରିଙ୍କୁ ମେହେର ବୋଲି ଜଣାପଡିଛି। ବଲାଙ୍ଗିର ରେଳଷ୍ଟେଶନ ନିକଟ ଅଞ୍ଚଳରେ ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୃତଦେହକୁ ବାହାର କରିଛି ପୁଲିସ। କିଛି ଦିନ ତଳେ ବାପା ମାଆଙ୍କୁ ମାଡ଼ ମାରି ଆହତ କରିଥିଲା ରିଙ୍ଗୁ। ଆହତ ବାପା ମାର୍କଣ୍ଡ ମେହେର ଓ ମା’ ଏବେ ବୁର୍ଲାକୁ ଚିକିତ୍ସା ନିମନ୍ତେ ଯାଇଥିବା ବେଳେ ଏପଟେ ତାଙ୍କ ପୁଅକୁ ବୀଭତ୍ସ ହତ୍ୟା କରାଯାଇଛି।

ସୂଚନା ମୁତାବକ ରିଙ୍କୁ ଅବିବାହିତ। ସେ ଓ ତାଙ୍କ ସାନ ଭାଇ ସାଲେପାଲିର ଏକ ଭଡା ଘରେ ପ୍ରାୟ ୩୦ ବର୍ଷ ହେବ ବାପା, ମା’ଙ୍କ ସହିତ ରହୁଥିଲେ। ପ୍ରାୟ ୨୦ ଦିନ ତଳେ ରିଙ୍କୁ କୌଣସି କଥାକୁ ନେଇ ବାପା, ମା’ଙ୍କୁ ମାଡ଼ ମାରିଥିଲେ। ଗୁରୁତର ହୋଇ ସେମାନେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ୪ ଦିନ ତଳେ ବାପା, ମା’ଙ୍କୁ ଧରି ରିଙ୍କୁଙ୍କ ସାନ ଭାଇ ମେଡିକାଲ ଯାଇଥିବା ବେଳେ ସେବେଠୁ ଫେରି ନାହାନ୍ତି। ଘର ବାହାର ପଟୁ ତାଲା ପଡ଼ିଥିଲା। ଅନ୍ୟପଟେ ରିଙ୍କୁଙ୍କ ମୃତଦେହ ଆଜି ବନ୍ଦ ଘର ଭିତରୁ ମିଳିଛି।

Advertisment
Dead Bodyଏହି ଘରୁ ମୃତଦେହ ଜବତ ହୋଇଛି

ଆଜି ତାଙ୍କ ବନ୍ଦ ଘରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ମାଜିଷ୍ଟେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ। ପଲିଥିନ୍‌ରେ ଭର୍ତ୍ତି ଖଣ୍ଡ ବିଖଣ୍ଡିତ ମୃତଦେହ ନିକଟରେ ଫିନାଇଲ ମଧ୍ୟ ପଡିଥିବା ଦେଖିବାକୁ ପାଇଥିଲେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ହତ୍ୟାକାରୀ ବିଫଳ ହୋଇଥିବା ସନ୍ଦେହ କରାଯାଉଛି। ଏଥିରେ ପରିବାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଏହାକୁ ଯୋଜନାବନ୍ଧ ହତ୍ୟାକାଣ୍ଡ କହିଛନ୍ତି ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ୍‌। ସେ ସୂଚନା ଦେଇଛନ୍ତି ଯେ, ହତ୍ୟାକାରୀ ରିଙ୍କୁର ଶରୀରର ଗଣ୍ଡିରୁ ମୁଣ୍ଡ, ଦୁଇ ହାତ ଓ ଦୁଇ ଗୋଡ଼କୁ ଅଲଗା କରିବା ପରେ ଏହାକୁ ଟିକିଟିକ୍‌ କରି କାଟି ଫୋପାଡ଼ି ଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଏହା କରିବା ପୂର୍ବରୁ ଘଟଣା ସାମ୍ନାକୁ ଆସିଛି। ମୃତଦେହରେ ପୋକ ଧରି ଯାଇଥିବାରୁ ହତ୍ୟାକାଣ୍ଡ ପ୍ରାୟ ୩ ଦିନ ତଳେ ଘଟିଥିବା ସନ୍ଦେହ ହେଉଛି। ଏନେଇ ପରିବାର ଲୋକଙ୍କ ଷ୍ଟେଟମେଣ୍ଟ ନିଆଯାଉଛି। ଶରୀର ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଖୁବ୍‌ଶୀଘ୍ର ପ୍ରକୃତ ସତ୍ୟ ପଦାକୁ ଆସିବ।

Murder Crime Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe