Advertisment

ଚିଠିରେ ଶେଷ ଇଚ୍ଛା ଲେଖି ଝୁଲି ପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ!

ମୃତଦେହ ପାଖରୁ ମିଳିଥିବା ଚିଠିରେ ଲେଖାଅଛି, ମୁଁ ମରି ଯାଉଛି ବୋଲି ମୋବାଇଲ୍‌ ନମ୍ୱର ... ଓ ...ରେ ଖବର ଦେଇଦେବେ।

ଅଦ୍ୟତନ ହୋଇଛି
Ishwari

Ishwari

Advertisment

ବନ୍ଦ ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ କଲେଜ ନିକଟସ୍ଥ ଏକ ଭଡ଼ାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ସହରାଞ୍ଚଳ ଥାନା ପୁଲିସ। ମୃତ ଛାତ୍ରୀ ହେଲେ ଈଶ୍ୱରୀ ଦାସ। ସେ କଟକରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। 

Advertisment

ବାଲେଶ୍ୱର ଜିଲ୍ଲା ଗରସଙ୍ଗ ଅଞ୍ଚଳ କାଳନ୍ଦୀ ଦାସ ଭଦ୍ରକରେ ଚାକିରି କରୁଛନ୍ତି। ତେଣୁ ସେ ସେଠାରେ ଘର ଭଡ଼ା ନେଇ ସପରିବାରେ ରହୁଛନ୍ତି। ତାଙ୍କ ଝିଅ ହେଉଛନ୍ତି ଈଶ୍ୱରୀ ଦାସ। କଟକରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। କଲେଜ ଛୁଟିଥିବାରୁ ଈଶ୍ୱରୀ ଘରକୁ ଆସିଥିଲେ। ସୋମବାର ରାତିରେ ଭଡ଼ା ଘର ଉପର ମହଲାରେ ସେ ଏକାକୀ ଶୋଇଥିଲେ। ଆଉ ତାଙ୍କ ପରିବାର ଲୋକେ ତଳ ମହଲାରେ ଶୋଇଥିଲେ।

ଆଜି ସକାଳେ ଈଶ୍ୱରୀଙ୍କ ମୃତଦେହ ଝୁଲୁଥିବା ପଡ଼ୋଶୀ ଝରକାରେ ଦେଖିବାକୁ ପାଇଥିଲେ। ସେମାନେ ଏ ସମ୍ପର୍କରେ କାଳନ୍ଦୀଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ପୁଲିସ୍‌ ମୃତଦେହ ପାଖରୁ ଗୋଟିଏ ହାତ ଲେଖା ଚିଠି ଜବତ କରିଥିଲା। ଚିଠିଟି ଈଶ୍ୱରୀ ଲେଖିଥିବା ଚର୍ଚ୍ଚା ହେଉଛି। ପୁଲିସ୍‌ ସେହି ଚିଠିକୁ ଜବତ କରି ଘଟଣାର ତଦନ୍ତ ଅଚଳାଇଛି। 

Advertisment

ମୃତଦେହ ପାଖରୁ ମିଳିଥିବା ଚିଠିରେ ଲେଖାଅଛି, ମୁଁ ମରି ଯାଉଛି ବୋଲି ମୋବାଇଲ୍‌ ନମ୍ୱର ... ଓ ...ରେ ଖବର ଦେଇଦେବେ। 

ତେବେ ଏଠି ପ୍ରଶ୍ନ ଉଠୁଛି ଚିଠିରେ ଲେଖାଥିବା ମୋବାଇଲ୍‌ ନମ୍ୱର କାହାର? ସେହି ବ୍ୟକ୍ତି ଜଣକ କିଏ? ତାଙ୍କ ସହିତ ଈଶ୍ୱରୀଙ୍କର କ’ଣ ସମ୍ପର୍କ ରହିଛି।ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଚିଠିକୁ ତଦନ୍ତ ଚଳାଇଛି। ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଚିଠିରେ ଫୋନ୍‌ ନମ୍ୱର ଲେଖାଥିବା ବ୍ୟକ୍ତି ହିଁ ଈଶ୍ୱରୀଙ୍କ ମୃତ୍ୟୁର କାରଣ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe