ମା’, ବାପାଙ୍କୁ ଡାକ୍ତରଖାନା ପଠାଇଥିଲା ବଡ଼ ଭାଇ; ସହି ନପାରି ୮ ଖଣ୍ଡ କରି ହାଣିଥିଲା ସାନ

ମା’ ବାପାଙ୍କୁ ମାଡ଼ ମାରୁଥିଲା ଓ ଅସମ୍ମାନ କରୁଥିଲା। ତେଣୁ ବଡ଼ ଭାଇକୁ ବିଭତ୍ସ ଭାବେ ହତ୍ୟା କରିଛି ସାନ।

Murder younger Brother PhotoOR

ହତ୍ୟାକାରୀ ସାନ ଭାଇ

Niranjan Mishra
  • Published: Saturday, 20 May 2023
  • Updated: 20 May 2023, 05:18 PM IST

Sports

Latest News

ମା’ ବାପାଙ୍କୁ ମାଡ଼ ମାରୁଥିଲା ଓ ଅସମ୍ମାନ କରୁଥିଲା। ତେଣୁ ବଡ଼ ଭାଇକୁ ବିଭତ୍ସ ଭାବେ ହତ୍ୟା କରିଛି ସାନ। ତିନିଦିନ ତଳେ ବଲାଙ୍ଗିର ଟାଉନ ଥାନା ସାଲେପାଲିର ଏକ ଘର ଭିତରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ଏହି ସତ୍ୟ ବାହାରକୁ ଆସିଛି। ବଡ଼ ଭାଇ ରିଙ୍କୁ ମେହେରକୁ ତାର ସାନ ଭାଇ ଏକ ସାନ କୁରାଢ଼ିରେ ହାଣି ହତ୍ୟା କରିବା ପରେ ମୃତଦେହକୁ କିପରି ବଡ଼ କୁରାଢ଼ିରେ ହାଣି ଟିକ୍‌ଟିକ୍ କରିଥିଲା ସେ ନେଇ ଆଜି ପୁଲିସ ସୂଚନା ଦେଇଛି। ହତ୍ୟାକାରୀ ତଥା ସାନ ଭାଇ ମଧ୍ୟ ଗଣମାଧ୍ୟମ ଆଗରେ କାହିଁକି ତାର ବଡ଼ ଭାଇକୁ ହତ୍ୟା କଲା ଗଳା ଫଟା ଶବ୍ଦରେ କହିଛି।

ଏସ୍‌ଡିପିଓ ତୋଫାନ୍ ବାଗ୍ କହିଛନ୍ତି, ରିଙ୍କୁକୁ ମାରିଛି ପିଙ୍କୁ ଓରଫ ଶଙ୍କର ଭବାନୀ ମେହେର। ରିଙ୍କୁ ଗତମାସ ୨୫ ତାରିଖରେ ତାର ବାପା ମାର୍କଣ୍ଡ ମେହେରଙ୍କୁ ପିଟିଥିଲା। ଯେଉଁଥିରେ ମାର୍କଣ୍ଡ ଗୁରୁତର ହୋଇଥିଲେ। ଏହାପରେ ସାନ ଭାଇ ପିଙ୍କୁ ବାପାଙ୍କୁ ନେଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ମାର୍କଣ୍ଡ ବୁର୍ଲା ସ୍ଥାନାନ୍ତର ହୋଇଥିଲେ। ଦୀର୍ଘଦିନ ଚିକିତ୍ସା ଚାଲିବା ପରେ ଚଳିତ ମାସ ୧୦ ତାରିଖରେ ବାପାଙ୍କୁ ସୁସ୍ଥ କରି ଘରକୁ ଆଣିଥିଲା ପିଙ୍କୁ। ଚଳିତ ମାସ ୧୩ ତାରିଖରେ ପୁନଶ୍ଚ ବାପାଙ୍କ ଦେହ ଖରାପ ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ ନେଇ ଯାଇଥିଲା ପିଙ୍କୁ। ଏହା ପରଦିନ ପିଙ୍କୁ ଘରକୁ ସପ, ବାଲ୍‌ଟି, ଲୁଗାପଟା ନେବାକୁ ଆସିଥିଲା।

Also Read

ଏହି ସମୟରେ ସାନ ଭାଇ ପିଙ୍କୁ ସମେତ ବାପା, ମା’ଙ୍କୁ ଗାଳି କରିଥିଲା ରିଙ୍କୁ। ଏହାକୁ ବିରୋଧ କରିବାରୁ ପିଙ୍କୁକୁ ଏକ ଲୁହା ନଳିରେ ପିଟିଥିଲା ରିଙ୍କୁ। ଯାହା ପରେ ପିଙ୍କୁ ରାଗି ଯାଇ ଏକ ଛୋଟ କୁରାଢ଼ିରେ ରିଙ୍କୁକୁ ହାଣି ଦେଇଥିଲା। ବେକରେ ଚୋଟ ବାଜିବାରୁ ରିଙ୍କୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲା। ଏହାପରେ ଭୟଭୀତ ପିଙ୍କୁ ଏହି ହତ୍ୟାକାଣ୍ଡକୁ ଲୁଚାଇବା ନିମନ୍ତେ ଏକ ବଡ଼ କୁରାଢ଼ି ଆଣି ବଡ଼ ଭାଇ ରିଙ୍କୁର ମୃତଦେହକୁ ହାଣି ଖଣ୍ଡଖଣ୍ଡ କରିଥିଲା। ପ୍ରଥମେ ବେକ, ପରେ ଦୁଇ ହାତ ଓ ଦୁଇଗୋଡ଼କୁ ହାଣି ଅଲଗା କରିଥିଲା। ଶରୀରକୁ ସେ ମୋଟ ୮ ଖଣ୍ଡ କରି ହାଣିଥିଲା। ଏହି ୮ ଖଣ୍ଡକୁ ଶୂନଶାନ ସ୍ଥାନରେ ଫୋପାଡ଼ିବାକୁ ଏକ ବ୍ୟାଗ୍‌ରେ ପୂରାଇଥିଲା। ହେଲେ ବ୍ୟାଗ୍‌ର ଚେନ୍ ଠିକ୍ ନ ଥିବାରୁ ଲୋକେ ଜାଣିଦେବା ଆଶଙ୍କା କରି ସେହିଦିନ ମୃତଦେହକୁ ଫୋପାଡ଼ିବାକୁ ନେଇ ନ ଥିଲା।

ସେ ଚଳିତ ମାସ ୧୪ ତାରିଖ ଦିନ ୨ଟାରୁ ୪ଟା ଭିତରେ ଏହି କାଣ୍ଡ ଘଟାଇବା ପରେ ଡାକ୍ତରଖାନାକୁ ପଳାଇଥିଲା। ସେଠାରେ ବାପା, ମା’ଙ୍କ ଦେଖାଶୁଣା କରି ପରଦିନ ପୁଣି ଘରକୁ ଫେରିଥିଲା। ଆସିବା ବେଳେ ବଡ଼ ପଲିଥିନ୍ ମୁଣା ସାଙ୍ଗରେ ଆଣିଥିଲା। ଖଣ୍ଡ ବିଖଣ୍ଡିତ ମୃତଦେକୁ ଏହି ପଲିଥିନ୍ ମୁଣାରେ ଭର୍ତ୍ତି କରି ଶୂନଶାନ ସ୍ଥାନରେ ଫୋପାଡ଼ିବାକୁ ସେ ଯୋଜନା କରିଥିଲା। ହେଲେ ଖରାଦିନ ହେତୁ ଖଣ୍ଡ ବିଖଣ୍ଡିତ ମୃତଦେହରୁ ଗନ୍ଧ ବାହାରୁଥିବାରୁ ଭୟଭୀତ ହୋଇପଡ଼ିଥିଲା। ମୃତଦେହକୁ ନନେଇ ସେ ଘରକୁ ବାହାର ପର୍ଶ୍ୱରୁ ତାଲା ଲଗାଇ ଦେଇ ଡାକ୍ତରଖାନା ପଳାଇଥିଲା। ରିଙ୍କୁ ଘରେ ଅଶାନ୍ତି ସୃଷ୍ଟି କରିବା, ମା’କୁ ଗାଳି କରିବା ଓ ବାପାଙ୍କୁ ମାଡ଼ଧର କରୁଥିବା ଯୋଗୁ ପିଙ୍କୁ ଏହି ହତ୍ୟାକାଣ୍ଡ ଘଟାଇଛି। ପିଙ୍କୁ ଏଣେତେଣେ କାମ କରି ଘର ଚଳାଉଥିଲା। ବାପା, ମା’ ଜାଣିଲେ କାଳେ କିଛି ପ୍ରତିକ୍ରିୟାଶୀଳ ହେବେ ସେଥିପାଇଁ ହତ୍ୟାକାଣ୍ଡ ସମ୍ପର୍କରେ ପିଙ୍କୁ କିଛି ଜଣାଉ ନ ଥିଲା। ପିଙ୍କୁର ମଝିଆ ବଡ଼ଭାଇ ମେଡିକାଲରେ ବାପାଙ୍କ ଦେଖାଶୁଣା କରୁଥିବା ବେଳେ ପିଙ୍କୁ ଏହି ଭାଇର ସାଇକେଲ ଧରି ଘରକୁ ଆସିଥିଲା। ଘରକୁ ଏହି ସମୟ ଭିତରେ ଅନ୍ୟକେହି ଆସି ନ ଥିବାରୁ ହତ୍ୟାକାଣ୍ଡ ସମ୍ପର୍କରେ ସମସ୍ତେ ଅଜ୍ଞ ଥିଲେ। ଯାହାକୁ ପିଙ୍କୁ ପୁଲିସ ଆଗରେ ସ୍ୱୀକାର କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷକୁ ପୁଲିସ ଜବତ କରିଥିବା ଏସ୍‌ଡିପିଓ କହିଛନ୍ତି।

Murderଖଣ୍ଡଖଣ୍ଡ କରି ହାଣିଥିବା ମୃତଦେହକୁ ପଲିଥିନ୍‌ରେ ପୂରାଇଛି ଅଭିଯୁକ୍ତ

ହତ୍ୟାକାଣ୍ଡ ଘଟାଇଥିବା ପିଙ୍କୁ ଗଣମାଧ୍ୟମ ଆଗରେ କହିଛି, ଭାରତ ବର୍ଷରେ ପ୍ରତ୍ୟେକ ନାରୀର ସମ୍ମାନ ଅଛି। ନାରୀକୁ ଯିଏ ଅସମ୍ମାନ କରିବ, ମା’କୁ ଯିଏ ଅସମ୍ମାନ କରିବ, ଆହୁରି ଏମିତି ହତ୍ୟା ହେବ। ସାନ ଭାଇ ମା’କୁ ଅସମ୍ମାନ କରୁଥିଲା, ବାପାଙ୍କୁ ପିଟୁଥିଲା, ସମସ୍ତଙ୍କୁ ନିର୍ଯାତନା ଦେଉଥିଲା, ତେଣୁ ଏହାକୁ କିଏ କେମିତି ବା ସହିବ।

ସେପଟେ ଏହି ହତ୍ୟାକାଣ୍ଡ ମାମଲାରେ ପିଙ୍କୁକୁ ଗିରଫ କରି ସିନ ରିକ୍ରିଏସନ କରିଛି ବଲାଙ୍ଗିର ପୁଲିସ।

ସୂଚନା ଥାଉକି, ଗତ ୧୭ ତାରିଖରେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା। ରିଙ୍କୁ ଅବିବାହିତ। ସେ ଓ ତାଙ୍କ ସାନ ଭାଇ ପିଙ୍କୁ ବଲାଙ୍ଗିର ଷ୍ଟେଶନ ନିକଟ ସାଲେପାଲିର ଏକ ଭଡା ଘରେ ପ୍ରାୟ ୩୦ ବର୍ଷ ହେବ ବାପା, ମା’ଙ୍କ ସହିତ ରହୁଥିଲେ। ବନ୍ଦ ଘରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story