Advertisment

ଭାରିପଡ଼ିଲା ପୂର୍ବ ଶତ୍ରୁତା; ଯୁବକଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Firing

Firing

Advertisment

ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଷୁରବନ୍ଧ ଗାଁରେ। ଗୁରତର  ଯୁବକ ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି।

Advertisment

ଗତକାଲି ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା,ଭାଇଙ୍କ ସହ ରାଜେନ୍ଦ୍ରଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫ୍ଲସ୍‌ ଫାୟାରିଂ କରିଥିଲେ। ପରେ ରାଜେନ୍ଦ୍ର ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ ସରପଞ୍ଚ। ଫଳରେ ରାଜେନ୍ଦ୍ର ତଳେ ପଡ଼ିଯାଇଥିଲେ।

ପରେ ସରପଞ୍ଚ ସରୋଜ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସରପଞ୍ଚଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଦୋଷୀକୁ କଠୋର ଦଣ୍ଡ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ମନମୁଣ୍ଡା ପୁଲିସ ଘଟଣାର ତଦନ୍ତ କରଛି। ତେବେ ଏନେଇ ସରପଞ୍ଚ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
Odisha Police Boudh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe