Advertisment

ବସିଥିଲେ ଯୁବକ, ହଠାତ୍ ହେଲା ଗୁଳିମାଡ଼

ତ୍ରିନାଥ ଜଟେଶ୍ୱର ପୋଖରୀ ନିକଟରେ ଥିବା ମଣ୍ଡପ ଉପରେ ବସିଥିଲେ। ସେଇ ସମୟରେ ଜଣେ ଅଜଣା ବ୍ୟକ୍ତି ତ୍ରିନାଥଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Police

Police

Advertisment

ଯୁବକଙ୍କୁ ଗୁଳିକରି ହତ୍ୟା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଜଟେଶ୍ୱର ପୋଖରୀ ନିକଟରେ। ମୃତକ ହେଲେ ତ୍ରିନାଥ ମଲ୍ଲିକ।

Advertisment

ଆଜି ଅପରାହ୍ନ ସମୟରେ ତ୍ରିନାଥ ଜଟେଶ୍ୱର ପୋଖରୀ ନିକଟରେ ଥିବା ମଣ୍ଡପ ଉପରେ ବସିଥିଲେ। ସେଇ ସମୟରେ ଜଣେ ଅଜଣା ବ୍ୟକ୍ତି ତ୍ରିନାଥଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିମାଡ଼ ପରେ ସେ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଗାଁ ଲୋକ କବିସୂର୍ଯ୍ୟନଗର ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୁରୁଷୋତ୍ତମପୁର ଏସଡ଼ିପିଓ ଓ କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ତ୍ରିନାଥଙ୍କ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ହେଲେ କିଏ ଓ କାହିଁକି ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି।

Advertisment
Firing Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe