Advertisment

ଯୁବକଙ୍କୁ ପିଟି ପିଟି ହତ୍ୟା

ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ତାପସଙ୍କୁ ଉଠାଇ ନେଇଥିଲେ। ଗାଁର ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଏକ ଲୁହା ରଡରେ ଦୃର୍ବୁତ୍ତ ମାନେ ତାଙ୍କ ମୁଣ୍ଡକୁ ପିଟିଥିବା ଅଭିଯୋଗ ହୋଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Tapas Kumar Nayak

Tapas Kumar Nayak

ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଭଦ୍ରକଜିଲ୍ଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ବଡ଼ପିମ୍ପଳା ଗାଁରେ। ମୃତକଙ୍କ ନାଁ ହେଉଛି ତାପସ କୁମାର ନାୟକ (୨୪)। 

Advertisment

ସୂଚନା ଅନୁସାରେ, ଗତକାଲି ବଡ଼ପିମ୍ପଳା ଗାଁର ବେଣୁଧର ନାୟକଙ୍କ ପୁଅ ତାପସ କୁମାର ନାୟକ ଘରେ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ତାପସଙ୍କୁ ଉଠାଇ ନେଇଥିଲେ। ଗାଁର ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଏକ ଲୁହା ରଡରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ପିଟିଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରେ ରକ୍ତାକ୍ତ ହୋଇ ତାପସ ପଡ଼ିଯିବାରୁ ଦୁର୍ବୃତ୍ତମାନେ ଏକ ଗାଡିରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ତାପସଙ୍କୁ ଛାଡ଼ିଦେଇ ଫେରାର ମାରିଥିଲେ। ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ପରିବାର ଲୋକ ଖବର ପାଇବା ପରେ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଘଟଣାର ତଦନ୍ତ ଆରମ୍ଭ କରୁଛି ପୁଲିସ। ହେଲେ ହତ୍ୟାର କାରଣ କ'ଣ ଜଣାପଡ଼ି ନାହିଁ।

Advertisment

ମୄତକଙ୍କ ଭଉଣୀ ତପସ୍ୱିନୀ ନାୟକ କହିଛନ୍ତି, ରାତିରେ ୨୦ରୁ୨୫ ଜଣ ଲୋକ ଆମ ଘରକୁ ଆସିଥିଲେ। ଆଉ ତାପସକୁ ଉଠାଇ ନେଇଗଲେ। ପରିବାର ଲୋକ ତାପସକୁ ରାତିରେ ଖୋଜାଖୋଜି କରିବା ସମୟରେ ଗୋଟିଏ ଗାଡ଼ିରେ କିଛି ଅଜଣା ଯୁବକ ତାଙ୍କୁ ନେଇକି ଆସୁଥିଲେ। ବାଟରେ ବାପାଙ୍କୁ ଦେଖି ସେମାନେ କହିଲେ ତମ ପୁଅର ମୁଣ୍ଡ ଫାଟି ଯାଇଛି। ଆମେ ମେଡିକାଲ ନେଇକି ଯାଉଛୁ ତମେ ଆସ। ଏହାପରେ ବାପା ମେଡିକାଲରେ ପହଞ୍ଚିବା ପରେ ଦେଖିଲେ ସେଠାରେ ତାପସ ପଡ଼ିଛି। ହେଲେ ଅନ୍ୟମାନେ ତାପସ ପାଖରେ ନଥିଲେ। ସେମାନେ କିଏ ମୁଁ ଯାଣିନି। ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଏଭଳି ହତ୍ୟା ଘଟିଥିବା ଅନୁମାନ ଆମେ କରୁଛୁ।

Murder