Advertisment

ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ନକ୍ସଲ

ଦେଶରେ ୩୮ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଥିବାବେଳେ ଓଡ଼ିଶାରେ ରହିଛି ୭ଟି।

Naxal

Naxal

Advertisment

ଓଡ଼ିଶାରେ ଅଛନ୍ତି ମାତ୍ର ୬୦ରୁ ୭୦ ନକ୍ସଲ। ସେଥିରୁ ଓଡ଼ିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ୬ କିମ୍ବା ୭। ଓଡିଶାରେ ଯେଉଁ ସବୁ ନକ୍ସଲ ସକ୍ରିୟ ଅଛନ୍ତି, ସେମାନେ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର୍ର। ବିଏସଏଫ୍ ଆଇଜି ଚାରୁଧ୍ୱଜ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।

Advertisment

ବିଏସଏଫରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆଇଜି ଶ୍ରୀ ଅଗ୍ରୱାଲ କହିଛନ୍ତି, ଦେଶରେ ୩୮ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଥିବାବେଳେ ଓଡ଼ିଶାରେ ରହିଛି ୭ଟି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ପ୍ରୟାସ ଚାଲିଛି। 

ଅତ୍ୟାଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଡ୍ରୋନ ଏବଂ ସାଟେଲାଇଟ ସର୍ଭେଲାନ୍ସ ସହ ମାଓ ଗତିବିଧି ଉପରେ ନଜର ରଖାଯିବ। ଏହାବ୍ୟତୀତ ବାଂଲାଦେଶୀ 
ଅନୁପ୍ରବେଶକାରୀଙ୍କ ଉପରେ ସୀମାବର୍ତ୍ତି ଅଞ୍ଚଳରେ କଡ଼ା ନଜର ରଖାଯାଇଥିବା ନେଇ ବିଏଏଫ୍ ଆଇଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment
Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe