Advertisment

ଜେଲରୁ ଅପରେଟ୍ ହେଉଛି ବ୍ରାଉନସୁଗର କାରବାର

ଖୋର୍ଦ୍ଧା ଜେଲରେ ଏବେ ପ୍ରାୟ ୯୫ ଜଣ ବ୍ରାଉନସୁଗର ମାଫିଆ ଅଛନ୍ତି।

ଅଦ୍ୟତନ ହୋଇଛି
Accused

Accused

Advertisment

ଖୋର୍ଦ୍ଧା ଜେଲ ଭିତରୁ ମାଫିଆମାନେ ଅପରେଟ କରୁଛନ୍ତି ବ୍ରାଉନସୁଗର କାରବାର। ଏହି ଜେଲ ଭିତରୁ ଗୋଟିଏ ମୋବାଇଲ ଫୋନ ଜବତ ହେବା ପରେ ଖୋଲିଛି ଗୁମର। ଖୋର୍ଦ୍ଧା ଟାଉନ ଥାନା ପୁଲିସ ଖୋର୍ଦ୍ଧା ସହରରୁ ଜଣେ ଯୁବତୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୬୨ ଗ୍ରାମ ବ୍ରାଉନସୁଗର, ଗୋଟିଏ ସ୍କର୍ପିଓ ଓ ୬ଟି ମୋବାଇଲ ଫୋନ ଜବତ ହୋଇଛି।

Advertisment

ଖୋର୍ଦ୍ଧା ଜେଲରେ ଏବେ ପ୍ରାୟ ୯୫ ଜଣ ବ୍ରାଉନସୁଗର ମାଫିଆ ଅଛନ୍ତି। ସେମାନେ ଜେଲରେ ରହି ଏହି କାରବାର କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ପୂର୍ବରୁ ଜେଲ ଭିତରୁ ୨୦ରୁ ଅଧିକ ମୋବାଇଲ ଜବତ ହୋଇଥିବା ବେଳେ ସୋମବାର ରାତିରେ ପୁଣି ଏକ ମୋବାଇଲ ଜବତ ହୋଇଥିଲା। ଏହି ମୋବାଇଲ ଫୋନ ଆଧାରରେ ଖୋର୍ଦ୍ଧା ଟାଉନ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସହର ଭିତରେ ଚାଲିଥିବା ବ୍ରାଉନସୁଗର କାରବାରର ପର୍ଦ୍ଦାଫାସ କରିଛି। ଖୋର୍ଦ୍ଧା ଜେଲର ଭୌଗୋଳିକ ସ୍ଥିତି ଏବଂ ସୀମିତ କର୍ମଚାରୀଙ୍କ ଯୋଗୁ ବ୍ରାଉନସୁଗର ମାଫିଆ ମାନଙ୍କ ପାଇଁ ଏହି ନେଟୱର୍କ ଚଳାଇବା ସୁବିଧା ହେଉଥିବା ଜେଲର ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ଅନ୍ୟପକ୍ଷରେ ସହରବାସୀ ଜେଲର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଖୋର୍ଦ୍ଧା ପୁଲିସ ବ୍ରାଉନସୁଗର କାରବାର କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣେଇଥିବା କହିଛି। କେବଳ ସେତିକି ନୁହେଁ, ଅଭିଯୁକ୍ତମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରାଯିବ ବୋଲି ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ– ଖୋର୍ଦ୍ଧାରୁ ବଳରାମ ଲେଙ୍କା

Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe