Advertisment

ଦୋଷ ଝାଡ଼ିଲେ ହାଇଟେକ୍‌ କର୍ତ୍ତୃପକ୍ଷ, କହିଲେ- ମୃତଦେହ ଚିହ୍ନଟ କରିଛି ପରିବାର, ଆମର କିଛି ଭୁଲ୍ ନାହିଁ

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ନେଇ ତମ୍ବିତୋଫାନ ଦେଖା ଦେବା ପରେ ନିଜ ଦୋଷ ଛାଡି ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଅଦ୍ୟତନ ହୋଇଛି
Hi-Tech Medical College

Hi-Tech Medical College

Advertisment

ସଫେଇ ପରେ ସଫେଇ ସତ୍ତ୍ୱେ ମୃତଦେହ ଚିହ୍ନଟ ନେଇ ଆରମ୍ଭ ହୋଇଥିବା ଦ୍ୱନ୍ଦ୍ୱ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି । ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ନେଇ ତମ୍ବିତୋଫାନ ଦେଖା ଦେବା ପରେ ନିଜ ଦୋଷ ଝାଡ଼ି ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

Advertisment

ହାଇଟେକ୍‌ ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି, ଆଇନଗତ ଏବଂ ନୈତିକତା ଦୃଷ୍ଟିରୁ ଆମେ ଠିକ୍ । ମୃତଦେହ ଚିହ୍ନଟ ପରିବାର ଲୋକ କରିଛନ୍ତି, ଆମର କିଛି ଭୁଲ୍ ନାହିଁ।

ହାଇଟେକ୍ ପକ୍ଷରୁ ସିଇଓ ସ୍ମିତା ପାଢୀ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଗଣମାଧ୍ୟମ ଆଗରେ କହିଛନ୍ତି, ପରିବାର ମୃତଦେହ ଚିହ୍ନଟ କରିପାରିନାହାନ୍ତି, ଆମେ କିପରି କରି ପାରୁବୁ। ତା’ ଛଡ଼ା ସେମାନେ ଆମ କର୍ମଚାରୀ ନୁହନ୍ତି, ସେମାନେ ଆଉଟସୋସିଂ କର୍ମଚାରୀ। ଦୁର୍ଘଟଣା ପରେ ୪ ଜଣଙ୍କୁ ତାଙ୍କ ଠିକାଦାର ଆଡମିଶନ କରାଇଥିଲେ, ଠିକାଦାର ଦେଇଥିବା ପରିଚୟ ଅନୁସାରେ ସେମାନଙ୍କ ଚିକିତ୍ସା ଚାଲିଥିଲା। ତେଣୁ ଏଥିରେ ଆମର ଦୋଷ ନାହିଁ।

Advertisment

ଗତ ୩୦ ତାରିଖରେ ଦିଲୀପ ପରିଚୟରେ ଚିକିତ୍ସିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଆମେ ପୁଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ, ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକ ନେଇଥିଲେ ।

କର୍ତ୍ତୃପକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, କାଲି ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରିଥିଲେ। ଭେଣ୍ଟିଲେଟରରୁ ବାହାରିବା ପରେ ସେ ନିଜକୁ ଦିଲୀପ ବୋଲି କହିଥିଲେ । ଏହା ପରେ ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଇଥିଲା । ଏପରିକି ସେ ଦିଲୀପଙ୍କ ବହୁ ବ୍ୟକ୍ତିଗତ ତଥ୍ୟ ବି ଠିକ୍‌ ଭାବେ ଦେଇ ପାରିଥିଲେ।

ଏହାପରେ ତୁରନ୍ତ ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା, ସେମାନେ ଚିହ୍ନଟ କରିଥିଲେ । ଉଭୟ ପରିବାର ଚିହ୍ନଟରୁ ଜୀବୀତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା । କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ । ଆମେ ପୁଲିସ୍‌କୁ ମୃତଦେହ ଦେଇଛୁ, ପରିବାର ଲୋକଙ୍କୁ ଦେଇନୁ । ପରିଚୟ ଜାଣିବା ଆମ କାମ ନୁହେଁ ବରଂ ଚିକିତ୍ସା କରିବା ଆମ କାମ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଜ ସଫେଇରେ କହିଛନ୍ତି ।

ଏପରି ସାଂଘାତିକ ତ୍ରୁଟିକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଜ୍ୟୋତି ମଲ୍ଲିକଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟ। ସେମାନେ କହିଛନ୍ତି, ‘ଯଦି ଦିଲ୍ଲୀପ ଜୀବିତ ତା’ହାଲେ ଜ୍ୟୋତି କୁଆଡେ ଗଲା ? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ । ଘଟଣା ଦିନଠୁ ଜ୍ୟୋତି ସୁରକ୍ଷିତ ଥିବା କହୁଥିଲେ, ଏବେ କେଉଁଠି ଅଛି । ଯଦି ଜ୍ୟୋତି ମୃତ, ତା’ହେଲେ ମୃତଦେହ ଫେରାଅ ବୋଲି ସେମାନେ ଦାବି କରିଛନ୍ତି।

ଏହି ଘଟଣା ପାଇଁ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଓ ଶ୍ୱଶୂର ଘର ସଦସ୍ୟ । ସେମାନେ କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚିଥାଉ ଥାଉ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ। ବିସ୍ଫୋରଣରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା କରାଗଲା। ଠିକାଦାର ସେହି ମେଡିକାଲର ଷ୍ଟାଫ୍। ତାଙ୍କୁ ପଚରାଉଚରା ହେଇଛି। ପ୍ରଥମ ବ୍ୟକ୍ତିର ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଚିକିତ୍ସାରେ ଅବହେଳା ନେଇ କିଛି ଅଭିଯୋଗ ହୋଇନି। ଜଣେ ADCPଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୁଲିସ ତଦନ୍ତ କରୁଛି। ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଡିସିପି କହିଛନ୍ତି। 

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe