Advertisment

ବାଇକ ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା

ଲୁଟେରା ମାନେ ଡିକି ଭାଙ୍ଗି ସେଥିରେ ଥିବା ୫ଭରି ଓଜନର ସୁନା ଗହଣା, ଦେଢ଼ କିଲୋ ରୁ ଅଧିକ ରୂପା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଆଖି ପିଛୁଳାକେ ଲୁଟି ନେଇଛନ୍ତି।

ଅଦ୍ୟତନ ହୋଇଛି
Police

Police

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧିନସ୍ଥରେ ଥିବା ଜୟନ୍ତୀ ଜୁଏଲର ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା, ଅଳଙ୍କାର ସହ ନଗଦ ୬୦ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଲୁଟେରାମାନେ ଅତି ଚତୁରତାର ସହ ଦୋକାନ ସମୁଖକୁ ବିସ୍କୁଟ ପକାଇ ଅପରିଷ୍କାର କରିଦେଇଥିଲେ। ଆଜି ସକାଳ ପ୍ରାୟ ୯ଟାରେ ଦୋକାନୀ କୋଦଣ୍ଡଧର ସାହୁ ଦୋକାନ ଖୋଲିବାକୁ ଆସିଥିଲେ। ତାଙ୍କ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ସଫା କରିବା ଲାଗି ଦୋକାନ ପଛପଟକୁ ପାଣି ଆଣିବାକୁ ଯାଇଥିଲେ। ସେତିକି ବେଳେ ଲୁଟେରା ମାନେ ତାଙ୍କ ବାଇକର ଡିକି ଭାଙ୍ଗି ସେଥିରେ ଥିବା ୫ଭରି ଓଜନର ସୁନା ଗହଣା, ଦେଢ଼ କିଲୋ ରୁ ଅଧିକ ରୂପା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଆଖି ପିଛୁଳାକେ ଲୁଟି ନେଇଛନ୍ତି।

କୋଦଣ୍ଡଧର ଆସି ଆସି ଦେଖିଲାବେଳକୁ ତାଙ୍କର ବାଇକର ଡିକି ଭଙ୍ଗା ଯାଇଛି। ଏହା ଦେଖି ତାଙ୍କର ପାଦତଳୁ ମାଟି ଖସିପଡ଼ିଲା ଭଳି ଲାଗିଲା। ସେ ସଙ୍ଗେସଙ୍ଗେ ବାଇକ ପାଖକୁ ଆସି ଦେଖିଲେ ଡିକିରେ ଥିବା ଅଳଙ୍କର ଓ ଟଙ୍କା କିଛି ନାହିଁ। ଲୁଟେରା ମାନେ ସବୁ ଲୁଟିନେଇ ପଳେଇଛି। କୋଦଣ୍ଡଧର ତୁରନ୍ତ ନନ୍ଦିପଦା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନନ୍ଦିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

କୋଦଣ୍ଡଧର ସାହୁ, ଜୁଏଲରି ସପ ମାଲିକ କହିଛନ୍ତି, ଆଜି ସକାଳେ ମୁଁ ଦୋକାନ ଖୋଲିବାକୁ ଆସିଥିଲି। ଦେଖିଲି ଦୋକାନ ଆଗରେ ଅଳିଆ ପଡ଼ିଛି। ଅଳିଆ ସଫା କରିବା ପାଇଁ ମୁଁ ଦୋନ ପଛକୁ ପାଣି ଆଣିବାକୁ ଯାଇଥିଲି। ଦୋକାନ ପଛରୁ ଆସିଲା ପରେ ଦେଖିଲି ମୋର ବାଇକର ଡିକି ଭଙ୍ଗା ଯାଇଛି। ସେଥିରେ ଥିବା ସୁନା, ରୂପା ଓ ନଗଦ ୬୦ ହଜାର ଟଙ୍କା କିଏ ନେଇ ପଳାଇଛି। ଏହା କହି କୋଦଣ୍ଡଧର କାନ୍ଦି ପାକାଇଥିଲେ।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe